Odisha Latest Breaking News & Current Headlines

ଖରାଦିନେ ତରଭୁଜ ଖାଇବାର ଉପକାରିତା l

0

ଆମଭାରତ 17/3 :  ଖରାଦିନେ ତରଭୁଜ ପ୍ରଚୁର ପରିମାଣରେ ମିଳିଥାଏ। ଏଥିରେ ୯୦ ପ୍ରତିଶତ ଜଳୀୟ ଅଂଶ ରହିଛି। ଏହା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥିବା ବେଳେ ଏହାର ସେବନରେ ଆମେ ଡିହାଇଡ୍ରେସନ୍‌ ସମସ୍ୟାରୁ ମୁକ୍ତି ପାଇଥାଉ। ଏହାସହ ତରଭୁତ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

-ଏଥିରେ ରହିଛି ଏମିନୋ ଏସିଡ୍‌। ତରଭୁଜ ଖାଇଲେ ଏହା ଶରୀରରେ ରକ୍ତ ପ୍ରବାହକୁ ଠିକ୍‌ କରିବା ସହ ଆଣ୍ଠୁଗଣ୍ଠି ଦରଜ ପାଇଁ ଭଲ କାମଦେଇଥାଏ। ଉଚ୍ଚ ରକ୍ତଚାପକୁ ଏହା ନିୟନ୍ତ୍ରଣରେ ରଖିଥାଏ।

-କିଡ୍‌ନୀ ବା ବୃକକ୍‌ ପାଇଁ ଏହା ବେଶ୍‌ ଭଲ କାମଦିଏ। ବିଶେଷକରି ବହୁମୂତ୍ର ରୋଗକୁ ତରଭୁଜ ନିୟନ୍ତ୍ରଣରେ ରଖିଥାଏ।

-ତରଭୁଜରେ ଭିଟାମିନ୍‌-ବି୬, ମ୍ୟାଗ୍ନେସିୟମ୍‌, ଫସ୍‌ଫରସ୍‌, ପୋଟାସିୟମ୍‌, ଜିଙ୍କ ଏବଂ କପର ଭଳି ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଏହା ବ୍ରେନ୍‌ ବା ମସ୍ତିଷ୍କ ପାଇଁ ଲାଭଦାୟକ।

-ଏଥିରେ ଥିବା ଲାଇକୋପିନ୍‌ ଚର୍ମର ଉଜ୍ୱଳତା ରକ୍ଷା କରିବାରେ ସହାୟକ ହୋଇଥାଏ।

-ପେନ୍‌ସିଲ୍‌ ଭାନିଆ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ମତରେ ତରଭୁଜରେ ରହିଛି କ୍ୟାନସରକୁ ପ୍ରତିରୋଧ କରିବାର ଗୁଣ।

-ତରଭୁଜ ଭିଟାମିନ୍‌-ଏ, ସି ଓ ବି-୬ର ଗନ୍ତାଘର ବୋଲି କୁହାଯାଏ। ଯାହା ଆଖି, ଚର୍ମ ଓ ମସ୍ତିଷ୍କ ପାଇଁ ଲାଭଦାୟକ। ଏହାଛଡା ଏଥିରେ ଥିବା ଭିଟାମିନ୍‌-ଏ କେଶ ସମସ୍ୟାକୁ ଦୂର କରିଥାଏ।

-ଏଥିରେ ଗ୍ଲାଇସୋମିକ୍‌ ଇଣ୍ଡେକ୍ସ ମିଡିୟମ ଥିବାରୁ ମଧୁମେହ ରୋଗୀ ଏହାକୁ ସେବନ କରିବାରେ କିଛି ଅସୁବିଧା ନ ଥାଏ।

-ତରଭୁଜରେ ଥିବା ବିଟା କାରୋଟିନ୍‌ ହୃଦ୍‌ରୋଗ ଆଶଙ୍କା ଦୂରକରିବା ସହ ଶରୀରରେ ରୁଗ୍ଣଥିବା କୋଷିକାକୁ ଠିକ୍‌ କରିବାରେ ସାହାଯ୍ୟ କରିଥାଏ।

-ତରଭୁଜ ମଞ୍ଜିରେ ଥିବା ସେଲେନିୟମ୍‌ ନାମକ ପୋଷକ ତତ୍ତ୍ୱ ଚର୍ମପାଇଁ ଭଲ କାମଦିଏ। ଏହାର ମଞ୍ଜିକୁ ଶୁଖାଇ ଗୁଣ୍ଡ କରି ମୁହଁରେ ଲଗାଇଲେ ତ୍ୱଚା ଉଜ୍ୱଳ ଦିଶେ।

-ଏଥିରେ ଥିବା ଆଇରନ୍‌ ବା ଲୌହ ରକ୍ତହିନତା ଦୂର କରିଥାଏ।

-ଏହାକୁ ଲୁଣ ଓ ଗୋଲ ମରିଚ ଗୁଣ୍ଡ ସହ ଖାଇଲେ ଏସିଡିଟି ସମସ୍ୟା ଦୂର ହୋଇଥାଏ।

-ତରଭୁଜରେ ରହିଛି ଫାଇବର। ଏହାକୁ ଖାଇଲେ ହଜମ ଶକ୍ତି ବଢିବା ସହ କୋଷ୍ଠକାଠିନ୍ୟ ଦୂର ହୋଇଥାଏ।

-ମୁହଁରେ ଦେଖାଯାଉଥିବା କଳା ଦାଗରେ ଖଣ୍ଡେ ତରଭୁଜ ନେଇ ଘସିଲେ କିଛିଦିନ ପରେ କଳାଦାଗ ଲିଭିଯିବ।

ତରଭୁଜ କିଣିବା ସମୟରେ କେତେଗୁଡିଏ ଦିଗପ୍ରତି ନଜର ରଖିବା ଭଲ। ଏହାକୁ ହାତରେ ଉଠାଇ ଦେଖନ୍ତୁ। ଓଜନିଆ ଲାଗୁଥିଲେ ତରଭୁଜ ଠିକ୍‌ ଅଛି ବୋଲି ଜାଣିବେ। ଯଦି ଏହାର ଉପର ଅଂଶ ସାମାନ୍ୟ ହଳଦିଆ ଦେଖାଯାଉଛି ତେବେ ଏହା ଭଲଭାବରେ ପାଚି ଯାଇଛି ବୋଲି ଜାଣିବେ। ଏଥିରେ ପ୍ରାୟ ୯୦ ପ୍ରତିଶତ ଜଳୀୟ ଅଂଶ ଥିବାରୁ ଏହା ଶୀଘ୍ର ନଷ୍ଟ ହୋଇଥାଏ। ସେଥିପାଇଁ ଏହାକୁ କାଟିବାର ୩-୪ ଘଣ୍ଟା ମଧ୍ୟରେ ଖାଇନେବା ଭଲ। ଏହାସହ ଏହାକୁ ବେଶି ସମୟ ଫ୍ରିଜରେ ନ ରଖିବା ଉଚିତ।

Leave A Reply

Your email address will not be published.