Odisha Latest Breaking News & Current Headlines

ଶ୍ରୀମନ୍ଦିରରେ ଦୋଳପର୍ବ ଆରମ୍ଭ l

0

ଆମଭାରତ  { ପୁରୀ }୧୭ା୩: ଶନିବାର ଫଗୁ ଦଶମୀରେ ଶ୍ରୀମନ୍ଦିରରେ ଦୋଳପର୍ବ ଆରମ୍ଭ ହୋଇଛି। ମଧ୍ୟାହ୍ନ ଧୂପ ପରେ ୩ ବାଡ଼ରେ ମଇଲମ ହୋଇ ନୂଆଲୁଗା ଲାଗି ହୋଇଥିଲା। ପାଳିଆ ମେକାପ ଚନ୍ଦନ ବିଜେ କରାଇଥିଲେ। ଏହାପରେ ମହାପ୍ରଭୁଙ୍କ ସର୍ବାଙ୍ଗ ନୀତି ବଢିଥିଲା। ଶ୍ରୀଦେବୀ ଓ ଭୂଦେବୀ ଦକ୍ଷିଣୀ ଘରକୁ ବିଜେ କରିବା ପରେ ମହାପ୍ରଭୁଙ୍କ ଚାଚେରୀ ବେଶ ହୋଇଥିଲା। ଏହି ବେଶରେ ଠାକୁରମାନେ ଲାଲ ରଙ୍ଗର ବସ୍ତ୍ର ପରିଧାନ କରିଥିଲେ। ଏଥିସହ ବିଭିନ୍ନ ପ୍ରକାର ଅଳଙ୍କାର ଧାରଣ କରିଥିଲେ। ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ବିମାନରେ ଜଗନ୍ନାଥ ବଲ୍ଲଭକୁ ବିଜେ କରିଥିଲେ। ସେଠାରେ ଭୋଗ ଓ ଜଉଡ଼ାବ ଖେଳ ବଢିଲା ପରେ ବିମାନରେ ଶ୍ରୀମନ୍ଦିରକୁ ବାହୁଡା ବିଜେ ହୋଇଥିଲେ। ଏହାପରେ ମହାପ୍ରଭୁଙ୍କ ଅନ୍ୟାନ ନୀତି ବଢି ପହୁଡ ହୋଇଥିଲା।

Leave A Reply

Your email address will not be published.