Odisha Latest Breaking News & Current Headlines

କେବେ ଧର୍ମାନୁଷ୍ଠାନ ଖୋଲିବ ତାହା ସରକାର ସ୍ପଷ୍ଟ କରନ୍ତୁ ।

0

କଟକ ( ଆମ ଭାରତ ) ୨୫/୮ :  କରୋନା କଟକଣା ପାଇଁ ରାଜ୍ୟରେ ମାର୍ଚ୍ଚ ମାସରୁ ଧର୍ମାନୁଷ୍ଠାନ ବନ୍ଦ ରହିଛି। ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଫଳରେ ଦୀର୍ଘ ମାସ ହେଲା ଧର୍ମାନୁଷ୍ଠାନ ବନ୍ଦ ରହିଛି। ତେଣୁ କେବେ ଧର୍ମାନୁଷ୍ଠାନ ଖୋଲିବ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ହାଇକୋର୍ଟରେ ପୁଣି ଏକ ଆବେଦନ କରାଯାଇଛି। ଆଜି ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗରେ ହାଇକୋର୍ଟରେ ଆଉ ଏକ ଆବେଦନ କରାଯାଇଛି। ନିର୍ଦ୍ଧାରିତ ସମୟରେ ରାଜ୍ୟ ସରକାର ନିଷ୍ପତ୍ତି ନେବାକୁ ଆବେଦନରେ ଦର୍ଶାଯାଇଛି। ପୂର୍ବ ଆବେଦନକାରୀ ଜୟନ୍ତ ବଳଙ୍କ ପକ୍ଷରୁ ମିସ୍‌କେସ୍‌ ଦାୟର ହୋଇଛି। ଧର୍ମାନୁଷ୍ଠାନ ଖୋଲିବା ନେଇ ଗତ ୧୦ରେ ହାଇକୋର୍ଟ ରାୟ ଶୁଣାଇଥିଲେ। ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଥିଲେ ହାଇକୋର୍ଟ। ୨ ସପ୍ତାହ ବିତି ଯାଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନେଇନଥିବାରୁ ପୁଣି ଥରେ ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଆବେଦନ କରାଯାଇଛି।

Leave A Reply

Your email address will not be published.