ଏକ ନୂଆ ଟ୍ରେନ, ୯ଟି ଟ୍ରେନର ଷ୍ଟପେଜେ ବଢିଲା, ଦେଖନ୍ତୁ କେଉଁ ଟ୍ରେନ କେଉଁଠି ରହିବ ବୋଲି ମନୋଜ ସିହ୍ନା ଘୋଷଣା କରିଛନ୍ତି l
ଆମଭାରତ 4/3 : { ଭୁବନେଶ୍ୱର }: ପୂର୍ବତଟ ରେଳ ପଥ ଭାଗ ଭାଗ କରିବାକୁ ନେଇ ରାଜନୀତି ଉଷ୍ମ ଥିବା ବେଳେ କେନ୍ଦ୍ର ରେଳରାଷ୍ଟ୍ର ମନ୍ତ୍ରୀ ମନୋଜ ସିହ୍ନା ଓଡିଶା ଗସ୍ତରେ ଆସି ଶାନ୍ତ କରିବାକୁ ଉଦ୍ୟମ କରିଛନ୍ତି। ଟ୍ରେନ ଚଳଚଳାକୁ ସମ୍ପ୍ରସାରଣ କରିବା ସହ ନୂତନ ଟ୍ରେନ ଚାଳଇବା ନେଇ ଘୋଷଣା କରିଛନ୍ତି। ଗଣ୍ଡୱାନା ଏକ୍ସପ୍ରେସକୁ ସମ୍ବଲପୁର ଯାଏଁ ସଂପ୍ରସାରିତ କରାଯାଇଛି । ଏହାସହ ସମ୍ବଲପୁର ଏବଂ ସାଲିମାର ମଧ୍ୟରେ ନୂଆ ଟ୍ରେନ ଆରମ୍ଭ ହେବ । ଯାହା ତାଲଚେର ଦେଇ ସପ୍ତାହକୁ ତିନି ଦିନ ଚାଲିବ । ଏହାସହ କିଛି ଟ୍ରେନର ନୂଆ ଷ୍ଟପେଜ ମଧ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି । ଏଣିକି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଏବେ ଢେଙ୍କାନାଳରେ ରହିବ । ସେହିପରି ହାୱଡା-ସତ୍ୟସାଇ ଯାଉଥିବା ପ୍ରଶାନ୍ତି ଏକ୍ସପ୍ରେସ ବାଲେଶ୍ୱରରେ ରହିବ । ହଳଦିଆ-ମାଡ୍ରାସ ସୁପରଫାଷ୍ଟ ବାଲେଶ୍ୱର ବାଲେଶ୍ୱର ଷ୍ଟେସନରେ ରହିବ । ହାୱଡା-କନ୍ୟାକୁମାରୀ ଏକ୍ସପ୍ରେସ ଭଦ୍ରକରେ ଏବଂ ପୁରୁଲିଆ-ଭିଲୁପୁରମ ଏକ୍ସପ୍ରେସ ଜଳେଶ୍ୱର ଷ୍ଟେସନରେ ଅଟକିବ । ଏହାସହ ପୁରୀ-ପାରାଦ୍ୱୀପ ଏକ୍ସପ୍ରେସ କଣାସରେ, ହାୱଡା-ପୁରୀ ମାର୍କୋଣା ଏବଂ ପୁରୀ-ନୂଆଦିଲ୍ଲୀ ନୀଳାଚଳ ଏକ୍ସପ୍ରେସ ଧାନମଣ୍ଡଳ ଷ୍ଟପେଜରେ ରହିବ । ଏତତ୍ ବ୍ୟତୀତ କେନ୍ଦୁଝର- ଭୁବନେଶ୍ୱର ଧାନମଣ୍ଡଳରେ, ବଡବିଲ-ପୁରୀ କଣାସରେ ରହିବ ବୋଲି ମନୋଜ ସିହ୍ନା ଘୋଷଣା କରିଛନ୍ତି । ଆହୁରି ମଧ୍ୟ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ବର ଷ୍ଟେସନରେ ନୂଆ ଫୁଟ୍ ଓଭରବ୍ରିଜ ଏବଂ ଏକସାଲେଟର ହେବ ବୋଲି ସୂଚନା ଦେଇଛନ୍ତି । ଏହାସହ ଫୋନ ନେଟ ଓ୍ବାକକୁୁ ଦୃଢ଼ କରିବାକୁ ୨ଜି ଓ ୩ଜି ଟିାଓ୍ବାର କରିବାକୁ ଘୋଷଣା କରିଛନ୍ତି।