ଆମଭାରତ 3/3 : ଆପଣ ଏମିତି ବହୁତ ଜିନିଷ ବିଷୟରେ ପଢିଥିବେ ଯାହା ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦା ହୋଇଥାଏ । କିନ୍ତୁ ସେ ଜିନିଷ ବହୁତ ମହଙ୍ଗା ହୋଇଥାଏ । କିନ୍ତୁ ଆଜି ଆମେ ଯେଉଁ ଜିନିଷ ବିଷୟରେ ଜାନକାରୀ ଦେବୁ ତାହାକୁ ବାଦାମ କୁହାଯାଇଥାଏ । ବାଦାମକୁ ଖାଇବା ବହୁତ ମଜା ଲାଗିଥାଏ । ବାଦାମରେ ପୋଷକ ତତ୍ତ୍ୟ ବହୁତ ଥାଏ । ଏହାକୁ ଖାଇବା ଦ୍ୱାରା ଆମ ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ବହୁତ ଲୋକ ଏପରି ଥାନ୍ତି କି ଯେଉଁ ମାନେ କ୍ଷୀର ପିଅନ୍ତି ନାହିଁ , ନା ହିଁ ଅଣ୍ତା ଖାଇଥାନ୍ତି । ଏମିତିରେ ଆପଣ ବାଦାମ ଖାଇଲେ ଆପଣଙ୍କୁ ବହୁତ ଫାଇଦା ଦେଇଥାଏ , ବାଦାମ ବିଶେଷ କରି ଥଣ୍ତା ଦିନରେ ଖାଇଥାନ୍ତି , ଏହାକୁ ଖାଇଲେ କ୍ୟାଲ୍ ସିୟମ୍ ଓ ଜିଙ୍କ୍ ଥାଏ , ଯାହା ଦ୍ୱାରା ଆମ ଶରୀରରେ ଶକ୍ତି ଦେଇଥାଏ । ଏଥିରେ ଭିଟାମିନ୍ ଇ ଓ ଭିଟାମିନ୍ ବି ୬ ଭରପୁର ଥାଏ , ଆଜି ଆମେ ବାଦାମ ଖାଇବା ଦ୍ୱାରା ମିଳୁଥିବା ଫାଇଦା ବିଷୟରେ କିଛି ଜାନକାରୀ ଦେବୁ ।
କବଜ୍ କୁ କରିଥାଏ ଦୂର : ଯେଉଁ ବ୍ୟକ୍ତିଙ୍କୁ ପେଟର କବ୍ଜର ଅସୁବିଧା ହୋଇଥାଏ ସେ ବ୍ୟକ୍ତିଙ୍କୁ ସବୁଦିନ ୧ ସପ୍ତାହ ପର୍ଯ୍ୟନ୍ତ ୧୦୦ ଗ୍ରାମର ବାଦାମ ଖାଇବା ଉଚିତ୍ । ଯଦି ବାଦାମର ସେବନ କରିବେ ତ ଆପଣଙ୍କ ପେଟ ସହ ଯୋଡି ହୋଇଥିବା ସବୁ ସମସ୍ୟା ଦୂର ହୋଇଯିବ ।
ଶରୀରକୁ ଦେଇଥାଏ ଶାନ୍ତି
ଯେଉଁପ୍ରକାରରେ ବାଦାମ ଓ ଅଣ୍ତା ଖାଇଥାନ୍ତି । ସେମିତି ବି ଆପଣଙ୍କ ଶରୀରକୁ ଶକ୍ତି ଦେଇଥାଏ । ସେମିତି ବାଦାମର ସେବନ କରିବା ଦ୍ୱାରା ଆପଣଙ୍କ ଶରୀରରେ ଉର୍ଜା ଆସିଥାଏ । ଯାହା ଅତିରିକ୍ତ ପାଚନ କ୍ରିୟା ମଜବୁତ କରିଥାଏ । ଯଦି ଶୀତ ଦିନରେ କରିବେ ତାହା ଆପଣଙ୍କ ପାଇଁ ହେବ ଉପକାରୀ ।
ଗର୍ଭବତୀ ମହିଳାଙ୍କ ପାଇଁ ହେବ ହିତକର :
ବାଦାମର ସେବନ ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଲାଭକାରୀ ଅଟେ । ଏହାର ସେବନ ଦ୍ୱାରା ଗର୍ଭରେ ବଢୁଥିବା ଛୁଆକୁ ଫାଇଦା ଦେଇଥାଏ । ଓ ଶକ୍ତି ଆସିଥାଏ ।
ଚେହେରା ପାଇଁ ଫାଇଦା :
ବାଦାମରେ ଓମେଗା ୬ ଭରପୁର ମାତ୍ରାରେ ଥାଏ । ଯାହାର କାରଣରୁ ଆମ ଚେହେରା କୋମଳ ଓ ନରମ ହୋଇଥାଏ । ଯଦି ଆପଣ ବାଦାମକୁ ପେଷ୍ଟକରି ଚେହେରାରେ ଲଗାଇବେ ତେବେ ଆପଣଙ୍କ ଚେହେରା ଶୀତ ଦିନରେ କୋମଳ ଓ ନରମ ରହିବ
ହାଡ ହେବ ମଜବୁତ : ଯଦି ଆପଣଅ ପ୍ରତିଦିନ ବାଦାମର ସେବନ କରିବେ ତେବେ ଏହା ଦ୍ୱାରା ହାଡ ଶକ୍ତ ହେବ , ବାଦାମରେ କ୍ୟାଲିସିୟମ୍ ଓ ଭିଟାମିନ୍ ଡି ବହୁତ ପରିମାଣରେ ଥାଏ । ଯାହା ଦ୍ୱାରା ହାଡ ମଜବୁତ ହୋଇଥାଏ।
ଆଣ୍ଟୀ ଏଜିଙ୍ଗ୍ :
ଯଦି ଆପଣ ବାଦାମର ସେବନ କରୁଛନ୍ତି । ତେବେ ବଢୁଥିବା ବୟସର ଲକ୍ଷଣକୁ ରୋକିବାପାଈଁ ସାହାର୍ଯ୍ୟ କରିବ । ବାଦାମରେ ମହଜୁଦ୍ ଥିବା ଆଣ୍ଟିଅକ୍ସଡିଣ୍ଟ୍ ବଢୁଥିବା ବୟସର ଲକ୍ଷଣକୁ କମାଇପାରିବ । ଯଦି ଏହା ଆପଣ ନିୟମିତ ରୁପରେ ଖାଇବେ । ତେବେ ଆପଣଙ୍କ ଅସଲ ବୟସ ତୁଳନାରେ ଆପଣଙ୍କ ବୟସ କମ୍ ନଜର ଆସିବ ।
ହୃଦୟର ରୋଗ :
ଯଦି କେଉଁ ବ୍ୟକ୍ତି ହୃଦ ରୋଗୀ ଅଟେ । ତେବେ ବାଦାମ ଖାଇଲେ ବହୁତ ଫାଇଦା ଦେବ । କାରଣ ବାଦାମ ଖାଇବା ଦ୍ୱାରା ହୃଦରୋଗ ସଂବନ୍ଧିତ ରୋଗ ଭଲ ହୋଇଯାଏ । ଏହା ସହ ଏହାକୁ ନିୟମିତ ସେବନ କଲେ ରକ୍ତ କମ୍ ହେବା ଦୂର ହୋଇଯାଇଥାଏ ।