ଆମଭାରତ 3/3 : ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ। କାଳିଆ ଠାକୁର ଙ୍କ ନିଆରା ନୀତିକାନ୍ତି ଭିତରେ ଶୃଙ୍ଖଳା ରକ୍ଷାର ବ୍ୟବସ୍ଥା କାହୁଁ କେତେ କଲା ରୁ ରହିଆସୁଛି । ଆପଣମାନେ ନିଶ୍ଚୟ ପୁରୀ ଯାଇଥିବେ ,କେବେ ଆପଣ ଲକ୍ଷ କରିଛନ୍ତି କି ଜଣେ ସେବକ ହାତରେ ଦୁଇଟି ବେତ ଧରି ଆପଣଙ୍କ ମଥାକୁ ବାଡେଇ ଦେବାବେଳେ ଆପଣ ଆଡେଇ ଯାଇଥିବେ। ବହୁତ ଲୋକ ଏହି ବେତମାଡ଼ କୁ ନାପସନ୍ଦ କରି ଏଡେଇ ଦେଇ ଯାନ୍ତି ମାତ୍ର ଆପଣ ଜାଣିଛନ୍ତି କି ଏହା ମଧ୍ୟ ମନ୍ଦିର ର ଏକ ପରମ୍ପରା ଅଟେ । ସେଇ ବେତରେ ବାଡ଼ୁଥିବା ଲୋକଙ୍କୁ ପ୍ରତିହାରୀ ବୋଲି କୁହାଯାଏ। ତାଙ୍କ ହାତରେ ଥିବା ବେତଟି ମା’ ପାର୍ବତୀ ବା ବିମଳାଙ୍କୁ ସମର୍ପିତ। ଏହି ବେତରେ ମନ୍ଦିର ମଧ୍ୟକୁ ସମସ୍ତ ଭକ୍ତ ଙ୍କୁ ସେ ବାଡେଇ ଥାନ୍ତି । ଓ ଏହି ବେତାର ନାମ ଗଉରୀ ଅଟେ
କିଏ କରନ୍ତି ଏହି ସେବା
ଏହି ବେଟା ମଦ ପାଇଁ ୨ଟି ନିଯୋଗ ସେବାୟତ ଥାନ୍ତି । ଏମାନେ ହେଉଛନ୍ତି ଖୁଣ୍ଟିଆ ଓ ପ୍ରତିହାରୀ। କେବଳ ଏହି ଦୁଇ ସେବାୟତ ଗୋଷ୍ଠୀ ହିଁ ମନ୍ଦିର ପରିସରରେ ବେତକୁ ଅସ୍ତ୍ର ଏହା ବ୍ୟତୀତ ଯଦି କୌଣସି ଆପତ୍ତି ଅଭିଯୋଗ ଆସିଲେ ବେତରେ ପ୍ରହାର କରି ନୀତି ଶୃଙ୍ଖଳିତ କରିବା ପରମ୍ପରା ଅଛି ।ସବୁଠାରୁ ବଡ କଥା ହେଉଛି ଯେତେବେଳେ ଗଜପତି ମହାରାଜ, ନେପାଳ ନରେଶ ମଧ୍ୟ ମନ୍ଦିର ଭିତରକୁ କୌଣସି ପ୍ରକାର ଅସ୍ତ୍ର ନେଇ ପ୍ରବେଶ ର ଅନୁମତି ନାହିଁ ସେତେବେଳେ ଏହି ସେବାୟତ କେବଳ ବେଟା ଧରି ପ୍ରବେଶ କରିଥାନ୍ତି
ପୂର୍ବ ପରମ୍ପରା ହିସାବରେ ଏହି ବେତକୁ ‘ଗଉରୀ ବେତ’ ବା ମା’ ପାର୍ବତୀ ବୋଲି ବର୍ଣ୍ଣନା ରହିଛି। ଜଗନ୍ନାଥ ମନ୍ଦିରରେ ତନ୍ତ୍ରର ପ୍ରମୁଖ ପ୍ରଭାବ ରହିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ମାତା ବିମଳାଙ୍କୁ ସମର୍ପିତ ହୋଇଛି। ସେଥିପାଇଁ ବେତ ବାଡ଼େଇବାର ପରମ୍ପରା ରହିଛି ଓ ଏହାସହ ଦଶହରା ସମୟରେ ଏହି ବେତକୁ ସମ୍ପୃକ୍ତ ସେବକ ମା’ ବିମଳାଙ୍କ ପ୍ରତିକୃତି ଭାବେ ପୂଜା କରିଥାନ୍ତି। ଆଉ ସବୁଠାରୁ ରୋଚକ କଥା ହେଉଛି ଏହି ବେତ ଯେ, ଖାଲି ଆପଣଙ୍କ ମଥାକୁ ସ୍ଫର୍ଶ କରେ ତା ନୁହେଁ ଏହା ଶ୍ରୀବିଗ୍ରହମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଏ ଓ ଠାକୁରଙ୍କ ମଥାରେ ବାଡିଆ ହୋଇ ଆସିଥାଏ।ତେବେ ଆପଣାକୁ କହିରଖୁଛୁ ଯେବେ ମଧ୍ୟ ପୁରୀ ଯିବେ ନିଶ୍ଚୟ ଭାବରେ ଏହି ବେତ ପହଁରା ଖେବେ ପାଇଁ ଭୁଲିବେ ନାହିଁ ।