ଆମଭାରତ 3/3 : ବାୟୁସେନାର ବୀର କମାଣ୍ଡ ଅଭିନନ୍ଦନ ବର୍ଦ୍ଧମାନ ନିଜର ସାହସିକତା ଓ ବୀରତ୍ବ ପାଇଁ ସାରା ଦେଶ ତାଙ୍କ ପାଇଁ ଗର୍ବିତ । ପାକିସ୍ତାନରେ ଫଶି ରହିଥିବା ଅଭିନନ୍ଦନ ଗତକାଲି ରାତି 9 ଟା 23 ମିନିଟରେ ଅଟାରୀ ଓ୍ବାଘା ବର୍ଡ଼ର ଦେଇ ଭାରତ ମାଟିକୁ ସ୍ପର୍ଶ କରିଥିଲେ । ସାରା ଦେଶବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଥିଲା । ରାଜସ୍ତାନର ଅଲଓ୍ବର ଜିଲ୍ଳାର ଏକ ପରିବାର ନବଜାତ ଶିଶୁର ନାମ ଅଭିନନ୍ଦନ ରଖିଛନ୍ତି । ଅଭିନନ୍ଦନଙ୍କ ସାହସିକତା ପାଇଁ ପରିବାର ଲୋକେ ଶିଶୁଟିର ନାମ ଅଭିନନ୍ଦନ ରଖିଥିବା କଥା କହିଛନ୍ତି । ପୂର୍ବରୁ ଏହିଭଳି ଦୃଶ୍ୟ ବହୁତ ଦେଖିବାକୁ ମିଳିଛି ।ଭାରତର ବାୟୁସେନାର ଏୟାର୍ ଷ୍ଟ୍ରାଇକରେ ପାକିସ୍ତାନର ‘ଜେଇଏମ୍’ର ଆତଙ୍କବାଦୀ ସଂଗଠନକୁ ମିରାଜ-୨୦୦୦ ଯୁଦ୍ଧ ବିମାନ ଧ୍ବଂସ କରିଦେଇଥିଲା । ସେହି ସମୟରେ ପରିବାର ପକ୍ଷରୁ ଏକ ନବଜାତ ଶିଶୁର ନାମ ମିରାଜ୍ ରଖାଯାଇଥିଲା । ରାଜସ୍ତାନର ନିହାଲପୁରାର ଦୌସାରେ ଏକ ପରିବାର ନିଜ ନବଜାତ ଶିଶୁର ନାମ ଅଭିନନ୍ଦନ ରଖିଛନ୍ତି । ନବଜାତ ଶିଶୁଙ୍କ ମାଆଙ୍କ କହିବାନୁଯାୟୀ, ‘ଓ୍ବିଙ୍ଗ କମାଣ୍ଡ ଅଭିନନ୍ଦନଙ୍କ ଭଳି ଆମ ପିଲା ସାହସୀ ହେଉ’ । ସେହିଭଳି ରାଜସ୍ତାନର ସାଙ୍ଗନେରରେ ନିଲମ ଟକ୍କିବାଲ ଓ ରବି ଟକ୍କିବାଲ ନିଜର ଶିଶୁର ନାମ ଅଭିନନ୍ଦନ ରଖିବା ପାଇଁ ନିଷ୍ପତି ନେଇଥିଲେ ।