Odisha Latest Breaking News & Current Headlines

କାନ୍ଥ ଭାଙ୍ଗି ଘରେ ପଶିଲା କାର ; ସାଇକେଲ ଆରୋହୀ ମୃତ l

0

ଆମଭାରତ : ଅନୁଗୋଳ ୧୪୯ ନଂ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ହୋଇଛି। ସୂଚନା ଅନୁସାରେ ଏକ କାର ସାଇକେଲକୁ ଧକ୍କା ଦେବା ପରେ କାନ୍ଥ ଭାଙ୍ଗି ଘର ଭିତରକୁ ପଶିଯାଇଥିଲା। ଘଟଣା ସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି । ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ମଧ୍ୟ ଦେଖା ଦେଇଛି। ଜାତୀୟ ରାଜପଥ ୧୪୯ ନିକଟରେ, ଖମାର ଗ୍ରାମର ଟିକନ ଖିଲାର ସାଇକେଲରେ ଯାଉଥିବା ବେଳେ କାରଟି ସାଇକେଲକୁ ଧକ୍କା ଦେବା ସହ ଭାରସାମ୍ୟ ହରାଇ ଏକ ଘର ମଧ୍ୟକୁ ପସି ଯାଇଥିଲା। ଫଳରେ କାର ମଧ୍ୟରେ ଥିବା ସ୍ୱାମୀ ସ୍ତ୍ରୀ ଆହତ ହୋଇଛନ୍ତି । ଆହତ ମାନକୁ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ଖମାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

Leave A Reply

Your email address will not be published.