Odisha Latest Breaking News & Current Headlines

ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଲେ ଏମ୍‌ ନାଗେଶ୍ୱର ରାଓ ନିଜ ସତ୍ୟପାଠରେ ଲେଖିଛନ୍ତି ଯେ “ମୁଁ ମୋର ଭୁଲ ବୁଝି ପାରିଛି।

0

ଆମଭାରତ ( ନୂଆଦିଲ୍ଲୀ ): ସିବିଆଇର ପୂର୍ବତନ ଅନ୍ତରୀଣ ମୁଖ୍ୟ ତଥା ଓଡ଼ିଶା କ୍ୟାଡର୍‌ ଏମ୍‌ ନାଗେଶ୍ୱର ରାଓ ନିଜର ଭୁଲ ପାଇଁ ସୁପ୍ରିମକୋର୍ଟରେ ନିଃସର୍ତ୍ତ କ୍ଷମା ମାଗିଛନ୍ତି। ସେ ଅନ୍ତରୀଣ ମୁଖ୍ୟ ଥିବା ବେଳେ ବିହାର ଶେଲଟର ହୋମ ଯୌନ ଉତ୍ପୀଡ଼ନ ମାମଲାର ତଦନ୍ତ କରୁଥିବା ସିବିଆଇ ଅଧିକାରୀ ଏକେ ଶର୍ମାଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ବିନା ବଦଳି କରିଥିଲେ। ଏହାକୁତେବେ ଏହା ପୂର୍ବରୁ ଶ୍ରୀ ରାଓ ଆଜି ଏକ ସତ୍ୟପାଠ ଜରିଆରେ କ୍ଷମା ନିବେଦନ କରିଛନ୍ତି। ଶ୍ରୀ ରାଓ ନିଜ ସତ୍ୟପାଠରେ ଲେଖିଛନ୍ତି ଯେ “ମୁଁ ମୋର ଭୁଲ ବୁଝି ପାରିଛି। ତେଣୁ ଏବେ ନିଃସର୍ତ୍ତ କ୍ଷମା ମାଗୁଛି। ମୁଁ କେବେ ହେଲେ ଜାଣିଶୁଣି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରିନାହିଁ। ମୁଁ କୋର୍ଟଙ୍କ ନିର୍ଦ୍ଦେଶକୁ ମାନିବି ନାହିଁ ବୋଲି କେବେ ସ୍ୱପ୍ନରେ ବି ଚିନ୍ତା କରିନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିନା ମୁଁ ସିବିଆଇ ଅଧିକାରୀ ଏକେ ଶର୍ମାଙ୍କ ବଦଳି କରିବାର ନଥିଲା।” ନେଇ ସୁପ୍ରିମକୋର୍ଟ ଶ୍ରୀ ରାଓଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏଥିସହ ଏହି ମାମଲାର ଶୁଣାଣି ଆସନ୍ତାକାଲି କରାଯିବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଥିଲେ।ଗତ ଗୁରୁବାର କୋର୍ଟ ବିହାରର ମୁଜାଫରପୁର ଶେଲଟର ହୋମର ଶୁଣାଣି କରିବା ବେଳେ ଶ୍ରୀ ରାଓଙ୍କୁ ତୀବ୍ର ସମାଲୋଚନା କରିବା ସହ ତାଙ୍କ ବିରୋଧରେ ଅଦାଲତ ଅବମାନନା ନୋଟିସ୍ ଜାରି କରିଥିଲେ। କୋର୍ଟ ତାଙ୍କୁ ଆସନ୍ତାକାଲି ବ୍ୟକ୍ତିଗତ ଭାବେ ହାଜର ହେବାକୁ ମଧ୍ୟ କହିଛନ୍ତି।

Leave A Reply

Your email address will not be published.