Odisha Latest Breaking News & Current Headlines

ରାଜ୍ୟରେ ଆଜି ୧୫୯୪ ଆକ୍ରାନ୍ତ ଚିହ୍ନଟ, ୬ ମୃତ୍ୟୁ ।

0

ଭୁବନେଶ୍ୱର, ୨୩ା୭( ଆମ ଭାରତ ) :

ରାଜ୍ୟରେ ଆଜି ୨୮ଜିଲ୍ଲାରୁ ସର୍ବାଧିକ ୧୫୯୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୫୨୭ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୯୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଗଞ୍ଜାମରୁ ସର୍ବାଧିକ ୭୩୨, ଖୋର୍ଦ୍ଧାରୁ ୩୨୦, କଟକରୁ ୧୩୬, ଭଦ୍ରକରୁ ୬୦, ସୁନ୍ଦରଗଡ଼ରୁ ୫୬, ବୌଦ୍ଧରୁ ୪୧, କୋରାପୁଟରୁ ୩୩, ମୟୁରଭଞ୍ଜରୁ ୩୨, ପୁରୀରୁ ୩୦, ବାଲେଶ୍ୱରରୁ ୨୨, କେନ୍ଦୁଝରରୁ ୨୦, କନ୍ଧମାଳରୁ ୧୭, ସମ୍ବଲପୁରରୁ ୧୩, ନୟାଗଡ଼ରୁ ୧୦, ଅନୁଗୁଳରୁ ୧୦, ମାଲକାନଗିରିରୁ ୯, କେନ୍ଦ୍ରାପଡ଼ାରୁ ୯, ବରଗଡ଼ରୁ ୮, ଝାରସୁଗୁଡ଼ାରୁ ୮,ବଲାଙ୍ଗୀରରୁ ୬, ଯାଜପୁରରୁ ୫, ସୋନପୁରରୁ ୪, ଗଜପତିରୁ ୩, ଜଗତସିଂହପୁରରୁ ୩, ନବରଙ୍ଗପୁରରୁ ୩, ଢ଼େଙ୍କାନାଳରୁ ୨, ନୂଆପଡ଼ା ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୬ଜଣଙ୍କ ଜୀବନ ନେଇଛି କରୋନା ଭାଇରସ । ମୃତ୍ୟୁ ହୋଇଥିବା ୬ଜଣଙ୍କ ମଧ୍ୟରୁ ୩ଜଣ ଗଞ୍ଜାମରୁ, ଗଜପତି, ଭଦ୍ରକ, ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।ମୃତକଙ୍କ ମଧ୍ୟରେ ୪ପୁରୁଷ ଓ ୨ମହିଳା ରହିଛନ୍ତି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.