ଭୁବନେଶ୍ୱର,୨୪ ।୭ ( ଆମ ଭାରତ ): ଆଜି ବିଧାନସଭାର ୫ କର୍ମଚାରୀ କରୋନାରେ ଚିହ୍ନଟ ହୋଇଛନ୍ତି । ୫ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ । ଏହା ସହ ସମ୍ପୂର୍ଣ୍ଣ ବିଧାନସଭାକୁ ସାନିଟାଇଜ କରାଯିବ । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।
ବିଧାନସଭାକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ୫ କର୍ମଚାରୀ କରୋନା ପଜିଟିଭ୍ ବାହାରିବା ପରେ ନିଆଗଲା ନିଷ୍ପତ୍ତି ।
ତେବେ ଏହା ପୂର୍ବରୁ ଷ୍ଟାଣ୍ଡିଂ କମିଟି ବୈଠକରେ ସମ୍ପୃକ୍ତ କର୍ମଚାରୀମାନେ ସାମିଲ ଥିଲେ । ଏହା ସହ ପୂର୍ବରୁ ୨ ବିଧାୟକ ମଧ୍ୟ କରୋନା କବଜାକୁ ଆସିଥିଲେ । ଅନ୍ୟପଟେ ଆଜି ରାଜ୍ୟରେ ସର୍ବାଧିକ ୧୫୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ଘଟିଛି ।