ଭୁବନେଶ୍ୱର, ୨୩ା୭ ( ଆମ ଭାରତ ): ରାଜ୍ୟରେ ଆଜି ୨୭ଜିଲ୍ଲାରୁ ସର୍ବାଧିକ ୧୨୬୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୨୬୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୪୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୪୧୭ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୯୯କୁ ବୃଦ୍ଧି ପାଇଛି । ମୃତ୍ୟୁ ହୋଇଥିବା ୬ଜଣଙ୍କ ମଧ୍ୟରୁ ୫ଜଣ ଗଞ୍ଜାମ ଜିଲ୍ଲାର ଓ ସେଠାରେ ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି । ଅନ୍ୟ ଜଣେ ଖୋର୍ଦ୍ଧା ଜିଲ୍ଲାର ଓ ସେଠାରେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଥିବା ନେଇ ସୂଚନା ମିଳିଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଗଞ୍ଜାମରୁ ସର୍ବାଧିକ ୫୪୦, ଖୋର୍ଦ୍ଧାରୁ ୧୩୭, ରାୟଗଡ଼ାରୁ ୮୪, ଗଜପତିରୁ ୭୪, ନୟାଗଡ଼ରୁ ୬୧, ସୁନ୍ଦରଗଡ଼ରୁ ୬୦, କଟକରୁ ୪୭, ଭଦ୍ରକରୁ ୩୦, କନ୍ଧମାଳରୁ ୨୯, କୋରାପୁଟରୁ ୨୭, କେନ୍ଦୁଝରରୁ ୨୫, ବରଗଡ଼ରୁ ୨୪,ପୁରୀରୁ ୨୨, ସମ୍ବଲପୁରରୁ ୨୦, ଯାଜପୁରରୁ ୧୭, ମୟୁରଭଞ୍ଜରୁ ୧୫, ବାଲେଶ୍ୱରରୁ ୯, କେନ୍ଦ୍ରାପଡ଼ାରୁ ୮, ଅନୁଗୁଳରୁ ୭, କଳାହାଣ୍ଡିରୁ ୭, ଢ଼େଙ୍କାନାଳରୁ ୬, ଜଗତସିଂହପୁରରୁ ୪, ନବରଙ୍ଗପୁରରୁ ୪, ଝାରସୁଗୁଡ଼ାରୁ ୩, ବୌଦ୍ଧରୁ ୨, ବଲାଙ୍ଗୀର ଓ ନୂଆପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।