Odisha Latest Breaking News & Current Headlines

ତିନିରଥକୁ ଶରଙ୍ଖିତ ରଖିବା ପାଇଁ ବୈଠକ ବସିଥିଲା ।

0

ପୁରୀ ( ଆମ ଭାରତ ) ୨୨/୭ :

ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱ ପୂର୍ଣ୍ଣ ବୈଠକ ବସିଥିଲା | ମହାରଣା, ଭୋଇ ସେବାୟତ ମାନଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ର ସଦସ୍ୟ ମାନେ ଆଲୋଚନା କରିଥିଲେ | ବିଶେଷ କରି ଗତ ପରିଚାଳନା କମିଟି ଓ ଛତିଶା ନିଯୋଗ ର ମିଳିତ ବୈଠକର ନିଷ୍ପତି ଅନୁସାରେ ଚଳିତ ବର୍ଷ ଯେଉଁ ତିନଟି ରଥ ରହିଛି ତାକୁ ସରଙ୍ଖ୍ୟଣ କରାଯିବାକୁ ଏକ ପ୍ରକାର ନିଷ୍ପତି ହୋଇଥିବା ବେଳେ ଏହା ଉପରେ ତର୍ଜମା କରାଯାଉଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି | ତେଣୁ ଚଳିତ ବର୍ଷର ମହାପ୍ରଭୁଙ୍କ ତିନଟି ରଥକୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ରଖିବା ନେଇ ପ୍ରାଥମିକ ଭାବେ ସୂଚନା ଦେଇଛନ୍ତି | ତେବେ ଵିଧି ମୁତାବକ ତିନି ରଥକୁ ଯେଭଳି ଭଙ୍ଗା ଯିବା କଥା ଭଂଗାଯିବ | ଭଂଗାଯିବା ପରେ ଯେତିକି ଅଂଶ ସରଙ୍ଖିତ ରଖାଯାଇ ପାରିବ ସେହି ଅଂଶକୁ ଶ୍ରୀ ଜଗନ୍ନାଥ ବଲ୍ଳଭ ମଠକୁ ନିଆଯିବ| ଏବଂ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଶ୍ରୀ ଜଗନ୍ନାଥ ବଲ୍ଳଭ ଉର୍ଣ୍ଣୟନ ପ୍ରକଳ୍ପ ମାଷ୍ଟର ପ୍ଲାନ ଅନୁସାରେ ପ୍ରତୀକାତ୍ମକ ରଥ ନିର୍ମାଣ ପାଇଁ ଯେଉଁ ପ୍ରସ୍ତାବ ରହିଛି ସେହି ଅନୁସାରେ ସରଙ୍ଖିତ ଅଂଶ ଓ ଅନ୍ୟ ଅଂଶକୁ ସେଠାରେ ନିର୍ମାଣ କରାଯାଇ ରଖାଯିବ| ମୁଖ୍ୟତଃ ଏହାକୁ କିଭଳି ସରଙ୍ଖିତ ରଖାଯାଇ ପାରିବ ଏବଂ ଉଇ କିଭଳି ନଲାଗିବ ସେଥି ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି | ଏବଂ ଏହି ତିନଟିରଥ ଗୁଡିକୁ ଶରଙ୍ଖିତ ରଖିବା ପାଇଁ ପୂର୍ବରୁ ମଧ୍ୟ ଶ୍ରୀଜଗନ୍ନାଥ ବଲ୍ଲଭ ଉର୍ଣ୍ଣୟନ ପ୍ରକଳ୍ପ ରେ ପ୍ରସ୍ତାବ ରହିଥିଲା | ତେଣୁ ସେହି ପ୍ରସ୍ତାବ ଆଧାର ରେ ଚଳିତ ବର୍ଷ ମହାପ୍ରଭୁଙ୍କ ବ୍ୟବହାର ତିନି ରଥକୁ ସରଙ୍ଖିତ କରି ରଖିବା ପାଇଁ ନିଷ୍ପତି ନିଆଯାଇଛି | ତେବେ ଏଗୁଡ଼ିକୁ କିଭଳି ରଖାଯିବ ସେନେଇ ଆଜି ଆଲୋଚନା କରାଯାଇଛି |

 

ପରବର୍ତୀ ସମୟରେ ଅଧିକ ଆଲୋଚନା କରାଯାଇ ତର୍ଜମା କରି ନିଷ୍ପତି ନିଆଯିବାକୁ ସ୍ଥିର ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି |ବିଶେଷ ଭାବେ ଏକ ଟେକ୍ନିକାଲ ଟିମ ଗଠନ ହୋଇ କିଭଳି ସରଙ୍ଖିତ ରଖାଯିବ ସେନେଇ ତର୍ଜମା ମଧ୍ୟ କରାଯାଉଛି | ଅନ୍ୟପଟେ ରାଜ୍ୟସରକାରଙ୍କ ପକ୍ଷରୁ ମଧ୍ୟ କୋଭିଡ କେୟାର ସେଣ୍ଟର ଓ କୋଭିଡ ମେଡିକାଲ ପ୍ରତିଷ୍ଠା ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ନିଷ୍ପତି ନିଆଯାଇଛି | ଜିଲ୍ଲା ପ୍ରଶାସନ, ତଥା ଶ୍ରୀ ମନ୍ଦିର ପ୍ରଶାସନ ଏବଂ ସେବାୟତ ମାନଙ୍କ ମଧ୍ୟରୁ ମିଶିକି ଏକ ଟିମ ଗଠନ କରାଯାଇ ଯେ କୌଣସି ଏକ ହୋଟେଲ ରେ 30ଶଯ୍ୟା ଏବଂ 15 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଏବଂ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତି ହୋଇଛି | ସେହି ନିଷ୍ପତି କ୍ରମରେ ବିଶେଷ କରି ଶ୍ରୀମନ୍ଦିର ସେବାୟତ, କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ ମାନେ ଅଛନ୍ତି ସେମାନଙ୍କୁ ଆଗାମୀ ଦିନରେ କିଭଳି ସୁରକ୍ଷିତ ରଖାଯାଇ ପାରିବ ଓ ଚିକିତ୍ସା ମଧ୍ୟ ଠିକ ଭାବେ କରାଯିବ ସେଥି ପ୍ରତି ନଜର ରଖି ଏଭଳି ବ୍ୟବସ୍ଥା କରାଯାଉଛି |

Leave A Reply

Your email address will not be published.