ଭୁବନେଶ୍ୱର ( ଆମ ଭାରତ ) ୧୧/୭ : ପ୍ରିୟଦର୍ଶୀ ସମାଜର ହିଞ୍ଜିଳିକାଟୁ ବ୍ଲକ ପ୍ରତିନିଧି ଭାବେ କାମ କରି ଅଞ୍ଚଳର ବହୁ ଜନହିତକର ଖବର ପରିବେଶଣ କରି ଘରେ ଘରେ ପରିଚିତି ଥିଲେ। କରୋନା ସମୟରେ ସେ ସାହସର ସହ ବିଭିନ୍ନ ସଂଗରୋଧ କେନ୍ଦ୍ର ପରିଦର୍ଶନ କରି ସେଠାକାର ସ୍ଥିତାବସ୍ଥା ସମ୍ପର୍କରେ ଖବର ସଂଗ୍ରହ କରିବା ଏବଂ ଅନ୍ତେବାସୀଙ୍କ ସମସ୍ୟା ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁ କରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ। ଗତମାସ ୨୬ ତାରିଖରୁ ସେ ଜ୍ବରରେ ଆକ୍ରାନ୍ତ ହୋଇଥିଲେ। ଧିରେ ଧିରେ କାଶ ଓ ଥଣ୍ଡା ଲାଗି ରହିବାରୁ ସେ ସ୍ବାବ ନମୁନା ପରୀକ୍ଷା ପାଇଁ ନିଜ ଆଡୁ ଦେଇଥିଲେ। ଜୁଲାଇ ୧ରେ ସ୍ବାବ ରିପୋର୍ଟ ପଜିଟିଭ ଆସିବା ବେଳକୁ ସେ ଗୁରୁତର ହୋଇପଡିଥିଲେ। ତାଙ୍କୁ ସେହିଦିନ ରାତିରେ ତତ୍କାଳ ହିଞ୍ଜିଳିକାଟୁ କୋଭିଡ କେର ସେଣ୍ଟରକୁ ନିଆଯାଇଥିଲା। ସେଠାରୁ ସେହିଦିନ ବିଳମ୍ବିତ ରାତିରେ ତାଙ୍କୁ ଶୀତଳାପଲ୍ଲୀ କୋଭିଡ ହସପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ୨ତାରିଖରେ କିମସ୍ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ୫ ତାରିଖରୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଡାକ୍ତରମାନଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ବେ ଆଜି ସକାଳେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଏଭଳି ଜଣେ ଯୁବ ସାମ୍ବାଦିକଙ୍କ ଅକାଳ ବିୟୋଗରେ ସମଗ୍ର ଜିଲା ସ୍ତବ୍ଧ ହୋଇଯାଇଛି।