Odisha Latest Breaking News & Current Headlines

ଆଜି ୫୭୦ ପଜିଟିଭ୍ ୫ ମୃତ୍ୟୁ ହୋଇଛି ।

0

ଭୁବନେଶ୍ୱର ( ଆମ ଭାରତ ) ୧୧/୭ : ରାଜ୍ୟରେ ଆଜି ପୁଣି ୫୭୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୮୪ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୮୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬କୁ ବୃଦ୍ଧି ପାଇଛି । ଆଉ ୫ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମର ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୁରୀ, ଭୁବନେଶ୍ୱର ଓ କଟକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଆଜି ଗଞ୍ଜାମର ୫୫ ଓ ୭୨ ବର୍ଷୀୟ ପୁରୁଷଙ୍କ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୭୨ ବର୍ଷୀୟ ବ୍ୟକ୍ତି ମଧୁମେହ ରୋଗରେ ପୀଡିତ ଥିଲେ ।

ଅନ୍ୟପଟେ ପୁରୀରେ ୭୦ ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ ହୋଇଛି । ୭୦ ବର୍ଷୀୟ ବୃଦ୍ଧ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ ।

ସେହିପରି କଟକରେ ୪୬ ବର୍ଷୀୟ ବ୍ୟକ୍ତିଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ୪୬ ବର୍ଷୀୟ ବ୍ୟକ୍ତି ଉଭୟ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ ।

ଭୁବନେଶ୍ୱରେ ୫୬ ବର୍ଷୀୟ ମହିଳାଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ସେ ମଧୁମେହ ରୋଗରେ ପୀଡିତ ଥିବା ଜଣାପଡିଛି ।

ଆଜି ଗଞ୍ଜାମରେ ସର୍ବାଧିକ ୨୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୪୬, ଯାଜପୁରରୁ ୪୦, ସୁନ୍ଦରଗଡରୁ ୪୪, ନୟାଗଡରୁ ୩୭, ଖୋର୍ଦ୍ଧାରୁ ୩୭, ଝାରସୁଗୁଡାରୁ ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗଜପତିରୁ ୨୫, ଜଗତସିଂହପୁରରୁ ୧୬, ପୁରୀରୁ ୧୫, କେନ୍ଦୁଝରରୁ ୧୪, ଅନୁଗୁଳ ଓ କୋରାପୁଟରୁ ୧୧ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ, ମୟୂରଭଞ୍ଜରୁ ୧୦, କେନ୍ଦ୍ରାପଡ଼ାରୁ ୬, ବାଲେଶ୍ୱର ଓ ବୌଦ୍ଧରୁ ୩ ଜଣ ଲେଖାଏଁ, ଭଦ୍ରକରୁ ୨ ଓ ସମ୍ବଲପୁରରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.