Odisha Latest Breaking News & Current Headlines

ଆଜି ରେକର୍ଡ଼ ୭୫୫ ପଜିଟିଭ ଚିହ୍ନଟ ।

0

ଭୁବନେଶ୍ୱର, ୧୦ା୭( ଆମ ଭାରତ ): ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୭୫୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୦୮ ଓ ସ୍ଥାନୀୟ ଅଞ୍ଚଳରୁ ୨୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୫୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ହୋଇଥିବା ୪ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ମୃତକଙ୍କ ବୟସ ଯଥାକ୍ରମେ ୪୧,୫୮,୪୮ ଓ ୩୨ । ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ସେହିପରି ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୫୬ରେ ପହଞ୍ଚିଛି ।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨୦, ଯାଜପୁରରୁ ୮୬, ସୁନ୍ଦରଗଡ଼ରୁ ୬୨, ଖୋର୍ଦ୍ଧାରୁ ୫୯, କଟକରୁ ୫୫, କେନ୍ଦୁଝରରୁ ୩୨, ଗଜପତିରୁ ୩୦, ମାଲକାନଗିରିରୁ ୧୮, ନୟାଗଡ଼ରୁ ୧୬, ମୟୁରଭଞ୍ଜରୁ ୧୨, ବଲାଙ୍ଗୀରରୁ ୧୨, ପୁରୀରୁ ୧୧, ବାଲେଶ୍ୱରରୁ ୯, କେନ୍ଦ୍ରାପଡ଼ାରୁ ୫, ଜଗତସିଂହପୁରରୁ ୫, କୋରାପୁଟରୁ ୫, ଦେବଗଡ଼ରୁ ୪, ଢ଼େଙ୍କାନାଳରୁ ୪, ଅନୁଗୁଳରୁ ୩, ଭଦ୍ରକରୁ ୨, କନ୍ଧମାଳରୁ ୨, ସମ୍ବଲପୁରରୁ ୨, ବରଗଡ଼ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.