Odisha Latest Breaking News & Current Headlines

ଆଜି ରାଜ୍ୟରେ ୫୪୩ ପଜିଟିଭ୍ ୪ ମୃତ୍ୟୁ ।

0

ଭୁବନେଶ୍ୱର,୧୪ ।୭( ଆମ ଭାରତ ):  ରାଜ୍ୟରେ ଆଜି ପୁଣି ୫୪୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୫୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୮୯ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪,୨୮୦ ବୃଦ୍ଧି ପାଇଛି ।ତେବେ ଆଜି ଗଞ୍ଜାମରେ ସର୍ବାଧିକ ୧୮୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଖୋର୍ଦ୍ଧାରୁ ୮୭, ସୁନ୍ଦରଗଡ଼ରୁ ୫୨, କଟକରୁ ୩୯, ଗଜପତିରୁ ୨୯, ରାୟଗଡ଼ାରୁ ୨୪, କେନ୍ଦୁଝର ଓ ମୟୂରଭଞ୍ଜରୁ ୨୨ ଜଣ ଲେଖାଏଁ ପିଜିଟିଭ, ମାଲକାନଗିରି ୧୧, କେନ୍ଦ୍ରାପଡ଼ା ୧୦, ବାଲେଶ୍ବର ୮, ପୁରୀ ୭, ଝାରସୁଗୁଡ଼ା ୬, ବୌଦ୍ଧ ୭, ବଲାଙ୍ଗିର ୫, ବରଗଡ଼ରୁ ୩ ଜଣ ପଜିଟିଭ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି ଖୋର୍ଦ୍ଧାରୁ ୨, ଗଞ୍ଜାମ ଓ କଟକରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହେି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି । ତେବେ କଟକରେ ଜଣେ ୭୧ ବର୍ଷୀୟ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ହୋଇଛି । ସେ କ୍ୟାନ୍ସରରେ ପୀଡିତ ଥିବା ଜଣାପଡିଛି ।

ସେହିପରି ଖୋର୍ଦ୍ଧାରେ ଜଣେ ୪୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି । ଭୁବନେଶ୍ୱରରେ ୭୧ ବର୍ଷୀୟ ଜଣେ ବୃଦ୍ଧଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ସେ ରକ୍ତଚାପର ଶିକାର ହୋଇଥିଲେ ।

ଅନ୍ୟପଟେ ଗଞ୍ଜାମରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ହୋଇଛି । ସେ ଉଭୟ ହାର୍ଟ ଓ ମଧୁମେହ ରୋଗରେ ପୀଡିତ ଥିଲେ ।

ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି 

Leave A Reply

Your email address will not be published.