Odisha Latest Breaking News & Current Headlines

ପୁରୀରୁ ୪ ବଲାଙ୍ଗିରରୁ ୨ କୋରୋନା ଆକ୍ରାନ୍ତ ଚିହ୍ନଟ ।

0

ଭୁବନେଶ୍ୱର ୧୮/୫ ( ଆମ ଭାରତ ): ଆକ୍ରାନ୍ତଙ୍କ ଘର ପୁଇଁତଳା ବ୍ଳକ୍‌ ବନ୍ଧପଡ଼ା ପଞ୍ଚାୟତର ଜଡ଼ଜଡ଼ ଗାଁରେ ବୋଲି ଜଣାପଡିଛି । ୨ ଆକ୍ରାନ୍ତ ଗୁଜରାଟର ସୁରତରୁ ଫେରି କ୍ବାରେଣ୍ଟାଇନ୍‌ରେ ରହୁଥିଲେ।ବଲାଙ୍ଗିରରେ ଏପର୍ଯ୍ୟନ୍ତ ମୋଟ୍ ୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩୪କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀର ଟାଉନର ୨ ଜଣ, ପିପିଲିର ଜଣେ ଓ କୋଣାର୍କରେ ଜଣେ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ। ନରେନ୍ଦ୍ରକୋଣ ଅଞ୍ଚଳର ଜଣେ ଆକ୍ରାନ୍ତ ପୁରୀ ଜେଲ୍‌ରେ ରହୁଥିବା ସୂଚନା ମିଳିଛି।ଅନ୍ୟ ୩ ଜଣ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରହୁଥିବା ଜଣାପଡିଛି। ତେବେ କଏଦୀଙ୍କ ଘର ନରେନ୍ଦ୍ରକୋଣ ଅଞ୍ଚଳ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷିତ ହୋଇଛି। କଏଦୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର କାଲି ସ୍ବାବ୍‌ ପରୀକ୍ଷା ହେବ।

Leave A Reply

Your email address will not be published.