ଭୁବନେଶ୍ୱର ( ଆମ ଭାରତ ) ୧୮/୫ :
ରାଜ୍ୟରେ ଆଉ ୪୮ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଛି । ୪୮କରୋନା ଆକ୍ରାନ୍ତଙ୍କ ମଧ୍ୟରେ କନ୍ଧମାଳରେ ୨, ଯାଜପୁରରେ ୧୬, ଗଞ୍ଜାମରେ ୧୫, ପୁରୀରେ ୪, କେନ୍ଦ୍ରାପଡ଼ାରେ ୩, ନୟାଗଡ଼ରେ ୩, ବଲାଙ୍ଗିରରେ ୨, ବୌଦ୍ଧରେ ଜଣେ, ଖୋର୍ଦ୍ଧାରେ ଜଣେ, କଟକରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୮୭୬ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୨୦ଜଣ ସୁସ୍ଥ ହୋଇଛନ୍ତି ଓ ୪ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୬୫୨କେସ ରହିଛି ।
-କେନ୍ଦ୍ରାପଡ଼ାର ୩ ପଜିଟିଭ କ୍ବାରେଣ୍ଟାଇନ୍ରେ ଥିଲେ, ପଶ୍ଚିମବଙ୍ଗ ଫେରନ୍ତା ।
-ଗଞ୍ଜାମର ୧୫ ପଜିଟିଭଙ୍କ ମଧ୍ୟରୁ ୧୪ ଜଣ କ୍ବାରେଣ୍ଟାଇନ୍ରେ ଥିଲେ ଓ ସବୁ ସୁରତ ଫେରନ୍ତା । ଅନ୍ୟ ଜଣେ ବେଙ୍ଗଳୁରୁ ଫେରନ୍ତା ।
-ଖୋର୍ଦ୍ଧାର ଜଣେ ପଜିଟିଭ କ୍ବାରେଣ୍ଟାଇନ୍ରେ ଥିଲେ, ସୁରତ ଫେରନ୍ତା ।
-କଟକର ଜଣେ ପଜିଟିଭ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ଥିଲେ, ମହାରାଷ୍ଟ୍ର ଫେରନ୍ତା ।
-ବୌଦ୍ଧର ଜଣେ ପଜିଟିଭ କ୍ବାରେଣ୍ଟାଇନ୍ରେ ଥିଲେ, ସୁରତ ଫେରନ୍ତା ।
-ବଲାଙ୍ଗିରର ୨ ପଜିଟିଭ କ୍ବାରେଣ୍ଟାଇନ୍ରେ ଥିଲେ, ସୁରତ ଫେରନ୍ତା ।
-ନୟାଗଡ଼ର ୩ ପଜିଟିଭ କ୍ବାରେଣ୍ଟାଇନ୍ରେ ଥିଲେ, ଅହମ୍ମଦାବାଦ ଫେରନ୍ତା ।
-ଯାଜପୁରର ନୂଆ ୧୬ ପଜିଟିଭ କ୍ବାରେଣ୍ଟାଇନ୍ରେ ଥିଲେ, ୭ ପଶ୍ଚିମବଙ୍ଗ ଫେରନ୍ତା, ଜଣେ ତେଲଙ୍ଗାନା ଫେରନ୍ତା, ୪ ଆନ୍ଧ୍ର ଫେରନ୍ତା ଓ ୪ ଅହମ୍ମଦାବାଦ ଫେରନ୍ତା ।
-କୋରୋନା ଛୁଇଁଲା କନ୍ଧମାଳ, ୨ ନୂଆ ଆକ୍ରାନ୍ତ କ୍ବାରେଣ୍ଟାଇନ୍ରେ ଥିଲେ, ତାମିଲନାଡ଼ୁ ଫେରନ୍ତା ।
-ପୁରୀର ୪ ନୂଆ ପଜିଟିଭଙ୍କ ମଧ୍ୟରୁ ୩ ଜଣ କ୍ବାରେଣ୍ଟାଇନ୍ରେ ଥିଲେ, ୨ ଜଣ ତାମିଲନାଡୁ ଫେରନ୍ତା, ଜଣେ ଆନ୍ଧ୍ର ଫେରନ୍ତା ଓ ଜଣେ ସ୍ଥାନୀୟ ଲୋକ ପଜିଟିଭ ।