ଭୁବନେଶ୍ବର : ( ଆମ ଭାରତ ) ୨୨/୩ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲା ଏବଂ ୮ଟି ସହର ୮ଦିନ ପାଇଁ ସମ୍ପୂର୍ଣ୍ଣ ଲକ ଡାଉନ ରହିବ ବୋଲି ଘୋଷଣା କରିଥିବା ବେଳେ ଜନସାଧାରଣଙ୍କ ସେବା ଓ ସହାୟତା ପାଇଁ ପ୍ରଶାସନିକ କଳ ସମ୍ପୂର୍ଣ୍ଣ ସଜାଗ ରହିବ ବୋଲି କହିଥିଲେ। ସେ ନେଇ ଆଜି ପ୍ରମୁଖ ସଚୀବ ସଞ୍ଜୀବ ଚୋପ୍ରା ବିଜ୍ଞପ୍ତି ଜାରି କରିଛନ୍ତି । ସେହି ବିଜ୍ଞପ୍ତିରେ କେଉଁ ବିଭାଗର କର୍ମଚାରୀ ଅଫିସ ଆସିବେ ଓ କେଉଁମାନେ ଆସିବେ ନାହିଁ ତାହା ସ୍ପଷ୍ଟ କରାଯାଇଛି।
ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋବ ବିଭାଗ, ଗୃହ ଏବଂ ସହରାଞ୍ଚଳ ବିକାଶ ବିଭାଗ, ସ୍ବସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଗୃହ ବିଭାଗ, ସ୍ବତନ୍ତ୍ର ରିଲିଫ କମିଶନ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଅତ୍ୟନ୍ତ ଜରୁରୀ କାଳିନ ବିଭାଗ ଭାବେ ବିବେଚନା କରାଯାଇ ସେହିସବୁ ବିଭାଗର ସମସ୍ତ କର୍ମଚାରୀ ଅଫିସ ଆସିବେ ବୋଲି କୁହାଯାଇଛି।
ସେହିପରି, ଆଂଶିକ ଜରୁରିକାଳୀନ ବିଭାଗ ଭାବେ ବାଣିଜ୍ୟ ଓ ପରିବହନ, ଇଲୋକ୍ଟ୍ରୋଲିଂ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା, ଶକ୍ତି, ଅର୍ଥ, ସୂଚନା ଓ ଲୋକସମ୍ପର୍କ, ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ, ରାଜସ୍ବ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ନିର୍ମାଣ ବିଭାଗର କର୍ମଚାରୀ ମାନେ ସେମାନଙ୍କ ବିଭାଗୀୟ ମୁଖ୍ୟଙ୍କ ନିଷ୍ପତ୍ତି କ୍ରମେ ଅଫିସ ଆସିବେ।
ଅନ୍ୟପକ୍ଷରେ ବଳକା ୨୫ଟି ବିଭାଗର କର୍ମଚାରୀ ମାନଙ୍କୁ ଚଳିତ ମାସ ୨୯ ତାରିଖ ପର୍ଯ୍ୟନ୍ତ ଅଫିସ ନ ଆସିବା ପାଇଁ କୁହାଯାଇଛି ।