Odisha Latest Breaking News & Current Headlines

କୌଣସି ତେଜରାତି ସାମଗ୍ରୀ ବିକ୍ରି କରୁଥିବା ସୁପର୍‌ ମାର୍କେଟ୍‌ ବନ୍ଦ ହେବ ନାହିଁ।

0

କୌଣସି ତେଜରାତି ସାମଗ୍ରୀ ବିକ୍ରି କରୁଥିବା ସୁପର୍‌ ମାର୍କେଟ୍‌ ବନ୍ଦ ହେବ ନାହିଁ।
ସୁପର ମାର୍କେଟ୍‌ରେ ୨୦ରୁ ୩୦ ଜଣଙ୍କୁ ଏକକାଳୀନ କିଣିବାକୁ ବ୍ୟବସ୍ଥା କରାଯିବ।
ଗ୍ରାହକଙ୍କ ପାଇଁ ଦୋକାନ ଆଗରେ ସାବୁନରେ ହାତ ଧୋଇବା ପାଇଁ ବ୍ୟବସ୍ଥା କରାଯିବ।
ଦୋକାନରେ କାର୍ଯ୍ୟରତ କର୍ମଚାରୀ ଜ୍ବର କିମ୍ବା କାଶ, ଥଣ୍ଡାରେ ପୀଡ଼ିତ ହୋଇଥିଲେ ତାଙ୍କୁ କାର୍ଯ୍ୟ କରିବାକୁ ଦିଆଯିବନି।
ଦୋକାନର ଚଟାଣ ନିୟମିତ ବ୍ୟବଧାନରେ ପରିଷ୍କାର ରଖିବାକୁ ପରାମର୍ଶ ଦିଆଯାଇଛି।

ପରୀକ୍ଷା କେନ୍ଦ୍ର ଓ ଖାତା ଦେଖା କେନ୍ଦ୍ର ପାଇଁ ପରାମର୍ଶ
ପରୀକ୍ଷା କେନ୍ଦ୍ର ସାମାନାରେ ଛାତ୍ରଛାତ୍ରୀଙ୍କ ହାତ ବିଶୋଧନ ପାଇଁ ହ୍ୟାଣ୍ଡ୍‌ ସାନିଟାଇଜର ବ୍ୟବସ୍ଥା କରାଯିବ।
ପ୍ରତି ପରୀକ୍ଷାର୍ଥୀଙ୍କ ମଧ୍ୟରେ ଯେପରି ୧ ମିଟର ଦୂରତା ରହିବ ସେଥିପ୍ରତି ପରୀକ୍ଷା ନିୟନ୍ତ୍ରକ ଓ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ।
ଖାତା ଦେଖା କେନ୍ଦ୍ରରେ ହାତ ଧୋଇବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବ।

ଗ୍ରାମାଞ୍ଚଳ ଓ ସହରାଞ୍ଚଳ ହାଟରେ ସତର୍କତା ପଦକ୍ଷେପ

ସ୍ଥାନୀୟ ପ୍ରଶାସନ କରୋନା ସମ୍ପର୍କିତ ସୂଚନା ବ୍ୟାପକ ଭାବେ ପ୍ରଚାର କରାଇବେ।
ହାଟ ଭିତରୁ ଯେପରି ଅନ୍ୟୂନ କମ ଲୋକ କିଣାବିକା କରିବାକୁ ଯିବେ ସେଥିପ୍ରତି ଦୃଷ୍ଟି ଦିଆଯିବ।

ଜିଲ୍ଲା ପ୍ରଶାସନ ପାଇଁ ନିର୍ଦ୍ଦେଶନାମା
ଆବଶ୍ୟକ ପଡ଼ିଲେ ଲୋକଙ୍କ ଏକାଠି ହେବା ରୋକିବା ନେଇ ସିଆର୍‌ପିସି ୧୪୪ ଧାରା ଲାଗୁ କରିବେ।
ସହରାଞ୍ଚଳ ପୁଲିସ ଆଇନ ଅନୁଯାୟୀ ପୁଲିସ କମିସନର ଆବଶ୍ୟକ ପଦକ୍ଷେପ ନେଇପାରିବେ।
ଆହାର କେନ୍ଦ୍ର, ଓମ୍‌ଫେଡ୍‌ ବୁଥ୍‌, କ୍ୟାଣ୍ଟିନ୍‌ ଓ ରେସ୍ତୋରାଁରେ ହାତ ଧୋଇବା ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରାଯିବ।
ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା ରାସନ୍‌ ସାମଗ୍ରୀ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଘରେ ପହଞ୍ଚାଇଦିଆଯିବ।
ପିଡିଏସ୍‌ କାଉଣ୍ଟରରେ ପିଓଏସ୍‌ ମେସିନ ବ୍ୟବହାର ପରେ ହାତକୁ ସାନିଟାଇଜରରେ ପୋଛାଯିବ।
ଏଥିପାଇଁ ପିଡିଏସ୍‌ କାଉଣ୍ଟର ପକ୍ଷରୁ ସାନିଟାଇଜର୍‌ ଉପଲବ୍ଧ କରାଯିବ।
ପ୍ରତି ଜିଲ୍ଲା ପ୍ରଶାସନ ସାମାଜିକ ଦୂରତା ରକ୍ଷା ନିରୀକ୍ଷଣ ପାଇଁ ଜଣେ ନୋଡାଲ ଅଧିକାରୀ ନିଯୁକ୍ତି କରିବେ।
କୌଣସି ବି ପରିସ୍ଥିତିରେ ଲୋକଙ୍କୁ ଆତଙ୍କିତ ହେବାକୁ ଦିଆଯିବନି।
ଆବଶ୍ୟକ ପଡ଼ିଲେ ଏପିସିଙ୍କ ଦୃଷ୍ଟିକୁ ଆଣିବାକୁ ନିର୍ଦ୍ଦେଶ।

Leave A Reply

Your email address will not be published.