ପୁରୀ, ୧୫ା୩( ଆମ ଭାରତ ): ପୁରୀରେ ଛତିଶା ନିଯୋଗ ବୈଠକରେ କରୋନା ସତର୍କତାକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ପୁରୀ ଆସୁଥିବା ଭକ୍ତଙ୍କ ଉପରେ ଏଣିକି ନଜର ରଖାଯିବ । ଦର୍ଶନାର୍ଥୀଙ୍କ ପାଇଁ ଅରୁଣସ୍ତମ୍ଭ ଓ ଗରୁଡ଼ସ୍ତମ୍ଭ ଛୁଇଁବା ଉପରେ ବାରଣ କରାଯାଇଛି । ଏହାସହ କୌଣସି ଦେବାଦେବୀ ଓ ପଦାର୍ଥକୁ ଛୁଇଁବା ଉପରେ ମଧ୍ୟ କଟକଣା ଲାଗୁ ହୋଇଛି ।
ଏହାସହ ମନ୍ଦିରରେ ପୂଜା କରିବା ବେଳେ ସେବାୟତମାନେ ମାସ୍କ ପିନ୍ଧିବେ । ବାରମ୍ବାର ହାତ ଧୋଇବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି । ସେବାୟତମାନେ ଭକ୍ତଙ୍କ ଆଖିରେ କର୍ପୂର ଲଗାଇବେନି । ଅରୁଣସ୍ତମ୍ଭ ଓ ଗରୁଡ଼ସ୍ତମ୍ଭକୁ ଛୁଇଁବାରେ ମଧ୍ୟ କଟକଣା ଲାଗୁ ହୋଇଛି । ଏପ୍ରିଲ ୧୫ଯାଏଁ ଭିତର କାଠ ଦର୍ଶନ ବନ୍ଦ କରାଯାଇଛି । ଭିତରକାଠ ପାଖରୁ ଠାକୁର ଦର୍ଶନ ଉପରେ କଟକଣା ହୋଇଛି । ଜଗମୋହନ ଭିତରେ ଜନସମାଗମ ଓ ଅରୁଣସ୍ତମ୍ଭ ପାଖରେ ଜନସମାଗମ ଉପରେ ମଧ୍ୟ କଟକଣା ଲାଗୁ ହୋଇଛି । ଏଣିକି ଆନନ୍ଦ ବଜାରରେ ବସିବା ଓ ଭୋଜନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯିବ ।
ଆଜି ପୁରୀରେ ଛତିଶଗଡ଼ ନିଯୋଗ ବୈଠକ ହୋଇଥିଲା । ସେହି ବୈଠକରେ ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଏସପି ଉପସ୍ଥିତ ରହିଥିଲେ । ସେହି ବୈଠକରେ କରୋନା ସତର୍କତା ନେଇ ଆଲୋଚନା ହୋଇଥିଲା । ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭କୁ ବୃଦ୍ଧି ପାଇଛି । ଭାରତରେ କରୋନାରେ ୨ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି ।