Odisha Latest Breaking News & Current Headlines

ପୁରୀରେ ଜଳିବ ଆଲୁଅ ।

0

ଆମଭାରତ ( ପୁରୀ ) ୧୫/୫ :   ସହରରେ ଆଜିଠୁ ପର୍ଯ୍ୟାୟକ୍ରମେ ବିଜୁଳ ଯୋଗାଣ ଆରମ୍ଭ ହେବ । ପ୍ରଥମେ ଆଜି ବଡଦାଣ୍ଡକୁ ବିଜୁଳି ଆସିପାରେ । ୧୨ ତାରିଖ ସୁଦ୍ଧା ଶ୍ରୀମନ୍ଦିର ଓ ବଡଦାଣ୍ଡକୁ ବିଜୁଳି ସଂଯୋଗ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା । କିନ୍ତୁ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ପୁରୀ ସହରକୁ ବିଜୁଳି ଯୋଗାଣ ପରେ ଜିଲ୍ଲାର ଅନ୍ୟ ଅଂଚଳକୁ ପର୍ଯ୍ୟାୟକ୍ରମେ ବିଜୁଳି ଦିଆଯିବ ।

ବର୍ତମାନ ପୁରୀକୁ ଫୋକସରେ ରଖାଯାଇଛି । ୨୯ ଲକ୍ଷ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଇବାକୁ ୫୨୪ ଗ୍ୟାଙ୍ଗ ନିୟୋଜିତ ହୋଇଛନ୍ତି । ଫୋନିରେ ପୁରୀକୁ ଯାଇଥିବା ୨୨୦ କେଭିର ୭୫ଟି ଟାୱାର କ୍ଷତିଗ୍ରସ୍ତ ହୋଇଛି । ଏହାକୁ ପୁନଃ-କାର୍ଯ୍ୟକ୍ଷମ କରିବାକୁ ପିଜିସିଆଇକୁ ଦାୟିତ୍ୱ ଦିଆଯାଇଛି । ଆଜି ପ୍ରଥମ ପର୍ଯ୍ୟାୟରେ ପୁରୀ ବଡଦାଣ୍ଡ ଓ ଭିଆଇପି ରୋଡ କଡରେ ଥିବା ବିଦ୍ୟୁତ ଉପଭୋକ୍ତାମାନେ ପାଇପାରନ୍ତି ବିଜୁଳି ସଂଯୋଗ ।

ଫୋନିରେ ପୁରୀ ଡିଭିଜନର କ୍ଷତି ପ୍ରାୟ ୧ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି । ପୁରୀ ଡିଭିଜନ ଅନ୍ତର୍ଗତ ବିଭିନ୍ନ ଅଂଚଳରେ ୯୦ ହଜାର ବିଦ୍ୟୁତ ଖୁଂଟ ନଷ୍ଟ ହୋଇଛି । ପୁରୀରେ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବାକୁ ୪ ହଜାର ଲୋକ ନିୟୋଜିତ ହୋଇଛନ୍ତି । ପଡୋଶୀ ଆନ୍ଧ୍ରପ୍ରଦେଶରୁ ମଧ୍ୟ ବିଦ୍ୟୁତ କର୍ମଚାରୀଙ୍କୁ ଅଣାଯାଇଛି । ବରିଷ୍ଠ ଅଧିକାରୀଙ୍କ ତତ୍ୱାବଧାନରେ ଯୁଦ୍ଧକାଳୀନ ଭିତିରେ କାମ ଚାଲିଛି ।

Leave A Reply

Your email address will not be published.