Odisha Latest Breaking News & Current Headlines

ପୁରୀ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

0

 

ଆମଭାରତ ( ପୁରୀ )  ୧୫/୫ : ପୁରୀ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ଫୋନିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲା ପାଇଁ ଆଜି ରିଲିଫ୍‌ ଘୋଷଣା କରିଛନ୍ତି ନବୀନ। ପୁରୀ ଗସ୍ତ ଅବସରରେ ପ୍ୟାକେଜ ଘୋଷଣା କରି ନବୀନ କହିଛନ୍ତି ଯେ, ପ୍ରତି ପରିବାରକୁ ମାଗଣାରେ ଅଢ଼େଇ ଲିଟର କିରାସିନି ମିଳିବ। ପ୍ରତି ୧୦ ଦିନରେ ଥରେ ଅଢ଼େଇ ଲିଟର କିରାସିନି ମାଗଣା ମିଳିବ। ବିଦ୍ୟୁତ ଯୋଗାଣ ସ୍ୱାଭାବିକ୍‌ ନହେବା ଯାଏ ମିଳିବ କିରାସିନି।
ପ୍ରଭାବିତ ଅଞ୍ଚଳରେ ୧୦ ଲକ୍ଷ ମହମବତୀ ମାଗଣାରେ ବଣ୍ଟନ ହେବ। ସେହିପରି ପ୍ରତି ପରିବାରକୁ ମିଳିବ ୫୦ କେଜି ଲେଖାଏଁ ଚାଉଳ ଯୋଗାଇ ଦିଆଯିବ। ରାସନ କାର୍ଡ ନଥିବା ପରିବାରକୁ ବି ଚାଉଳ ମିଳିବ। ୨ ମାସ ପାଇଁ ମାଗଣାରେ ସାନିଟାରୀ ନାପକିନ ବଣ୍ଟନ ହେବ। ପୁରୀ ଜିଲ୍ଲାକୁ ବିଦ୍ୟୁତ୍‌ ଯୋଗାଣ ବିଷୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁରୀକୁ ବିଦ୍ୟୁତ୍‌ ଯୋଗାଉଥିବା ସମସ୍ତ ୩ଟି ଲାଇନ ନଷ୍ଟ ହୋଇଥିଲା। ଆଜି ଗୋଟିଏ ଲାଇନକୁ ସଂପୂର୍ଣ୍ଣ ଠିକ କରି ଦିଆଯାଇଛି।
ପୁରୀ, ନିମାପଡ଼ା, କୋଣାର୍କ ସହରକୁ ଆଜି ରାତିରୁ ବିଜୁଳି ଯୋଗାଣ ହେବ। ବିଦ୍ୟୁତ୍‌ ପୁନଃରୁଦ୍ଧାର ପାଇଁ ୧୦ ହଜାର ଲୋକ କାମ କରୁଛନ୍ତି। ଯେତେ ଶୀଘ୍ର ସମ୍ଭବ ସାରା ଜିଲ୍ଲାକୁ ବିଦ୍ୟୁତ୍‌ ଯୋଗାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Leave A Reply

Your email address will not be published.