Odisha Latest Breaking News & Current Headlines

ପୁରୀରେ ୧୭୫ କିମି ୧୮୦ କିମି ବେଗରେ ବହୁଛି ପବନ ଭିଡିଓ ଦେଖନ୍ତୁ ।

0

 

ଆମଭାରତ ( ପୁରୀ ) ୩/୫ : ସାମୁଦ୍ରିକ ଝଡ଼ ‘ଫୋନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପୁରୀ ଆଖପାଖ ଅଞ୍ଚଳରେ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ପୁରୀରେ ଏବେ ଘଣ୍ଟାପ୍ରତି ୧୭୫ କିମି ବେଗରେ ପବନ ବହୁଛି। ଆଗକୁ ପବନର ବେଗ ବଢ଼ିବାର ସମ୍ଭାବନା ରହିଛି। କାରଣ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୪ ଘଣ୍ଟା ଧରି ଚାଲିପାରେ। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ପୂର୍ବରୁ ଆକଳନ କରିଥିଲା ଯେ ଘଣ୍ଟାପ୍ରତି ଏଠାରେ ପବନର ବେଗ ୧୭୦ ରୁ ୧୮୦ କିମି ରହିଛି।ପୁରୀରେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ବଡ଼ ବଡ଼ ଜୁଆର ଆସୁଛି। ବର୍ଷା ହେଉଛି। ସହରର କିଛି ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି।
ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବି ବର୍ଷା ସାଙ୍ଗକୁ ପବନ ବହୁଛି। ଚିଲିକାରେ ପବନର ବେଗ ଘଣ୍ଟାପ୍ରତି ୯୦ କିମି ରହିଛି।

Leave A Reply

Your email address will not be published.