Odisha Latest Breaking News & Current Headlines

୧୨ ବର୍ଷର ବାଳିକା ନିଜ ଜନ୍ମଦିନରେ ନିଜକୁ ଗିଫ୍ଟ ଦେଲେ BMW କାର୍ ।

0

ଆମଭାରତ 18/4 : ନେତହନାନ  ୧୨ ବର୍ଷ ବୟସରେ  ବିଏମଡବ୍ଲୁ କାରର ମାଲିକ ହେବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ । ନିଜର ୧୨ ତମ ଜନ୍ମଦିନରେ ଏହି ବିଏମଡବ୍ଲୁ କାର ନିଜକୁ ଗିଫ୍ଟ କରିଛନ୍ତି  ।  ଏହି ବିମଏମଡବ୍ଲୁ କାର ବାଳିକା ଜଣକ ଚଲାଇ ମଧ୍ୟ ପାରୁଛନ୍ତି ।ଥାଇଲାଣ୍ଡର ଚେଣ୍ଟାବୁରୀରେ ରହୁଥିବା ଏହି ୧୨ ବର୍ଷର ଝିଅ ଜଣକ ହେଉଛନ୍ତି ନେତହନାନ । ଯିଏ ପେଶାରେ ଜଣେ ମେକଅପ ଆର୍ଟିଷ୍ଟ ।ଏହି ବାଳିକା ଜଣକ ଲଣ୍ଡନ ଫ୍ୟାସନ ୱିକ୍-୨୦୧୮ରେ ମଧ୍ୟ ପୂର୍ବରୁ ସାମିଲ ହୋଇ ସାରିଛନ୍ତି । ନେତହନାନ ଲଣ୍ଡନ ଫ୍ୟାସନ ୱିକରେ ସବୁଠୁ କମ ବୟସର ମେକଅପ ଆର୍ଟିଷ୍ଟ ରହିଛନ୍ତି । ନେତହନାନଙ୍କର ଫେସବୁକ ଆକାଉଣ୍ଟରେ ପ୍ରାୟ ୮୦ ହଜାର ଫଲୋଅର୍ସ ରହିଛନ୍ତି l ଫେସବୁକରେ ଗାଡି ସହ ଫଟୋ ସେୟାର କରି ନେତହନାନ ଲେଖିଛନ୍ତି, ଆଜି ମୋର ୧୨ ତମ ଜନ୍ମଦିନ । ଆପଣଙ୍କ ଭଲପାଇବା ଓ ସମର୍ଥନ ପାଇଁ ଧନ୍ୟବାଦ । ଏହି ୧୨ ବର୍ଷିୟ ବାଳିକା ୩ ବର୍ଷରୁ କମ ବୟସରେ ୟୁଟ୍ୟୁବରେ ମେକଅପ କରିବା ଶିଖିଥିଲେ । ଆଉ ଏହାପରେ ପଛକୁ ଫେରିନଥିଲେ।

Leave A Reply

Your email address will not be published.