ଆମଭାରତ( ଭୁବନେଶ୍ବର ) ୧୮|୪ : ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନ ଓଡିଶାରେ ସନ୍ଧ୍ୟା ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ପ୍ରେସମିଟ୍ ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।
ବରଗଡ ଲୋକସଭା ଅନ୍ତର୍ଗତ ପଦ୍ମପୁରରେ ୬୭, ଭଟଲିରେ ୫୮, ବରଗଡରେ ୬୬.୭୦, ଅତାବିରାରେ ୬୭.୨୦, ବିଜେପୁର ୬୪ ପ୍ରତିଶତ ଭୋଟିଂ ହୋଇଛି ।ଆସ୍କା ଲୋକସଭା ଅନ୍ତର୍ଗତ ଭଞ୍ଜନଗରରେ ୫୩.୫, ପୋଲସରାରେ ୫୧.୫, କବିସୂର୍ଯ୍ୟନଗରରେ ୫୨, ଖଲ୍ଲିକୋଟରେ ୫୧.୦୭, ଆସ୍କାରେ ୫୭.୬, ସୋରଡାରେ ୫୪.୬୨, ସାନଖେମୁଣ୍ଡିରେ ୫୫, ହିଞ୍ଜିଳିରେ ୫୫.୮ ପ୍ରତିଶତ ମତଦାନ ହୋଇଛି ।ସକାଳ ୯ଟାରେ ୬.୫ ପ୍ରତିଶତ ମତଦାନ ହୋଇଥିବାବେଳେ ଦିନ ୧୧ଟାରେ ୧୮ପ୍ରତିଶତ ମତଦାନ ହୋଇଥିଲା । ଦିନ ୧ଟା ସୁଦ୍ଧା ୩୩ପ୍ରତିଶତ ମତଦାନ ହୋଇଥିବା ବେଳେ ଦିନ ୩ଟା ସୁଦ୍ଧା ୪୫.୧୮ ପ୍ରତିଶତ ମତଦାନ ହୋଇଥିଲା ।