Odisha Latest Breaking News & Current Headlines

୨ ନାବାଳିକା ୨ ଟି ସ୍ଥାନରେ ଦୁଷ୍କର୍ମର ଶିକାର ହୋଇଛନ୍ତି l

0

ଆମଭାରତ ( ଭୁବନେଶ୍ବର ) ୧୮|୪: ୨ ନାବାଳିକା ଦୁଷ୍କର୍ମର ଶିକାର । ନୟାଗଡ଼ ଫତେଗଡ ଥାନା ମଙ୍ଗଳପୁର ଗାଁର ଜଣେ ନାବାଳିକାକୁ  ସ୍କୁଲରୁ ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିବା ବେଳେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଣିତିଆ ପଞ୍ଚାୟତର ଜଣେ ନାବାଳିକା ସ୍ଥାନୀୟ ଅଞ୍ଚଳରୁ ଉଡାଯାତ୍ରା ଦେଖିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଛନ୍ତି ।

ନାବାଳିକାର ମୁଣ୍ଡ, ମୁହଁ ଓ ବେକରେ ଶକ୍ତ ଆଘାତ । ନାବାଳିକା ଟି ମରିଯାଇଥିବା ଭାବି ତାକୁ ରାସ୍ତା ପାର୍ଶ୍ବରେ ଛାଡି ଅଭିଯୁକ୍ତ ଫେରାର । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଣିତିଆ ପଞ୍ଚାୟତ ନାଲଗରା ଗାଁରୁ    । ବଡିଭୋରରୁ ନାବାଳିକାକୁ ଅତି ସଂକଟାପଣ୍ଣ ଅବସ୍ଥାରେ ଗାଁଲୋକେ ଉଦ୍ଧାର କରିଛନ୍ତି ।  ପଥମେ  ଭଦ୍ରକ ମେଡିାକଲ ଓ ପରେ ଅବସ୍ଥା ଗୁରୁତର ହେବାରୁ ନାବାଳିକାଙ୍କୁ କଟକ ଏସବି ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବା ବେଳେ ଜଣେ ୬୫ବର୍ଷିୟ ବୃଦ୍ଧକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି ।

ସେ ଭଳି  ନୟାଗଡ଼ ଫତେଗଡ ଥାନା ପୋଲିସ ଅଭିଯୁକ୍ତକୁ ଉଦ୍ଧାର କରିବାକୁ ଆସିଥିବା ପୋଲିସ ମଧ୍ୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା ।  ଘର ପାଖ ଛକରେ ଛାଡିବାକୁ କହି ଅଭିଯୁକ୍ତ ଜଣକ ନାବାଳିକାକୁ ଦୁସ୍କର୍ମ କରିଥିବା ଅଭିଯୋଗ ହୋଇଛି ।ସ୍ଥାନୀୟ ମଙ୍ଗଳପୁର ଗାଁର ନାବାଳିକାକୁ ସ୍ଥାନୀୟ ବାହାଡା ଛକରେ ଛାଡିଦେବାକୁ କହି ସେହି ଗାଁର ଜିତୁ ମହାରଣା ବାଇକରେ ବସାଇଥିଲେ । ତେବେ ଜିତୁ ନାବାଳିକା ଜଣକୁ ଜୋର ଜବରଦସ୍ତ  ଘଣ୍ଡପଡା  ସାନସଙ୍ଗ ନିକଟରେ ଥିବା ପାଣିଟାଙ୍କି ନିକଟକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏସଂପର୍କରେ ନାବାଳିକା ଜଣଙ୍କ ନିଜର ବାପାମାଙ୍କୁ ଜଣାଇବା ପରେ ଗ୍ରାମବାସୀ ଓ ପରିବାର ଲକୋ ଅଭିଯୁକ୍ତଙ୍କୁ ଧରି ନିସ୍ତୁକ ମାଡ ମାରି ସଜ୍ଞାହୀନ କରିଦେଇଥିଲେ । ପରେ ପୋଲିସ ଲୋକଙ୍କୁ ବୁଝା ସୁଝା କରି ଅଭିଯୁକ୍ତଙ୍କୁ ଥାନାକୁ ନେଇଛି । ଘଟଣାକୁ ନେଇ ଏବେ ବେ ଗାଁରେ ଉତ୍ତେଜନ ଲାଗିରହିଛି ।

Leave A Reply

Your email address will not be published.