ଆମଭାରତ ( ଭୁବନେଶ୍ୱର ) 15/4 : କେବଳ ବୟସ୍କ ଲୋକମାନ ଯେ ଏପରି ସମସ୍ୟା ଭୋଗୁଛନ୍ତି ତା’ନୁହେଁ ବରଂ ଯୁବଗୋଷ୍ଠୀ ମଧ୍ୟ ଅଣ୍ଟାବିନ୍ଧାର ଶିକାର ହେଉଛନ୍ତି । ବୟସ ବଢିବା ସଙ୍ଗେ ସଙ୍ଗେ ଅଣ୍ଟାବିନ୍ଧା ଆରମ୍ଭ ହୋଇଥାଏ ଫଳରେ କାମ କରିବାରେ ମନଲାଗେନି । ଏପରିସ୍ଥଳେ ଅଣ୍ଟାବିନ୍ଧାରୁ ରକ୍ଷା ପାଇବା ପାଇଁ ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ। କେବଳ ଯେ ଔଷଧ ସେବନ କରି ତା’ନୁହଁ ଆପଣ କେତେକ ଘରୋଇ ଉପଚାରକୁ ଆପଣାଇଲେ ଅଣ୍ଟାବିନ୍ଧାରୁ ରକ୍ଷା ପାଇ ପାରବେ ।ପ୍ରତିଦିନ ସକାଳୁ ସୋରିଷ କିମ୍ବା ନଡିଆ ତେଲରେ ରସୁଣର ୩/୪ ପାଖୁଡା ପକାଇ ଗରମ କରନ୍ତୁ । ଥଣ୍ଡା ହେବା ପରେ ଏଇ ତେଲକୁ ଅଣ୍ଟାରେ ମାଲିସ କରନ୍ତୁ ।\
କଡେଇରେ ୨/୩ ଚାମଚ ଲୁଣ ମିଶାଇ ଭଲରେ ଗରମ କରନ୍ତୁ । ଏଇ ଲୁଣକୁ ଏକ ମୋଟାଳିଆ ସୂତା କପଡାରେ ବାନ୍ଧି ପୋଟଳୀ ବନାନ୍ତୁ । ଏଇ ପୋଟଳୀରେ କଷ୍ଟ ହେଉଥିବା ଜାଗାରେ ସେକ ଦିଅନ୍ତୁ । ଏପରି କଲେ ଆପଣ ଅଣ୍ଟାବିନ୍ଧାରୁ ମୁକ୍ତି ପାଇ ପାରିବେ । ଜୁଆଣୀକୁ ଅଳ୍ପ ଆଞ୍ଚରେ ଭାଜି ଦିଅନ୍ତୁ । ଥଣ୍ଡାହେବା ପରେ ପରେ ଧୀରେ ଧୀରେ ଚୋବାଇ ଜୁଆଣୀକୁ ଗିଳି ଦିଅନ୍ତୁ । ନିୟମିତ ରୂପେ ଏପରି କଲେ ଆପଣ ଅଣ୍ଟାବିନ୍ଧାରୁ ରକ୍ଷା ପାଇପାରିବେ ।
ବହୁତ ସମୟ ପର୍ଯ୍ୟନ୍ତ କୌଣସି ସ୍ଥାନରେ କାମ କରନ୍ତୁ ନାହିଁ । ପ୍ରତି ୪୦ ମିନିଟ ପରେ ଉଠି ଟିକେ ଚଲାବୁଲା କରନ୍ତୁ ।