Odisha Latest Breaking News & Current Headlines

ଜାତୀୟ ଗଣମାଧ୍ୟମକୁ କଣ କହିଛନ୍ତି ନବୀନ ?

0

ଆମଭାରତ ( ଭୁବନେଶ୍ୱର ) 15/4 : ୨୧ରୁ ୨୧ ସାଂସଦ ଜିତିବାର ଦାବି କରୁଥିବା ନବୀନ, କେନ୍ଦ୍ରରେ ସରକାର ଗଠନ ପାଇଁ ନିର୍ଣ୍ଣାୟକ ହେବେ । ଇଣ୍ଡିଆ ଟୁଡେକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ନବୀନ ଏହି ଦମ୍ଭ ଦେଖାଇଛନ୍ତି । ଏପରିକି ୧୯ ବର୍ଷ କ୍ଷମତାରେ ରହିବା ସତ୍ତ୍ଵେ ସରକାର ବିରୋଧୀ ହାଓ୍ବା ନଥିବାର ଯେଉଁ ଦାବି କରିଛନ୍ତି ନବୀନ, ତାକୁ ଜାତୀୟ ଗଣମାଧ୍ୟମ ବି ମୋହର ମାରିଛନ୍ତି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁ-ଡେର ବରିଷ୍ଠ ସାମ୍ବାଦିକଙ୍କୁ ସାକ୍ଷାତକାର ଦେଇ ନବୀନ କହିଛନ୍ତି ଆମେ ଲୋକସଭା ନିର୍ବାଚନରେ କ୍ଲିନ୍‌ ସ୍ବିପ୍‌ କରିବୁ । କେନ୍ଦ୍ରରେ ନା ଏନଡିଏକୁ ନା ୟୁପିଏକୁ … କାହାକୁ ବି ମିଳିବନି ସଂଖ୍ୟା ଗରିଷ୍ଠତା । ରାଜ୍ୟର ସ୍ବାର୍ଥ ପୂରଣ ପାଇଁ ଯେଉଁ ଦଳ ଆଗଭର ହେବ, ବିଜେଡି ତାକୁ ହିଁ ସମର୍ଥନ ଦେବ ।

୧୯ ବର୍ଷ ଧରି ନବୀନଙ୍କ ନେତୃତ୍ବରେ ରାଜ୍ୟରେ ବିଜେଡି ସରକାରରେ ଅଛି । ଏଭଳି ସ୍ଥିତିରେ ବିରୋଧୀ ପରିବର୍ତ୍ତନର ପବନ ସୃଷ୍ଟି କରୁଥିବା ବେଳେ ସେସବୁରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦିଲ୍ଲୀ ହାଓ୍ବା ଏବଂ ଓଡ଼ିଶା ହାଓ୍ବା ପରସ୍ପରର ବିପରୀତ ଦିଗରେ ବହୁଥିବା ନିଜେ ସ୍ବୀକାର କରିଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ l

ଜାତୀୟ ଦଳ ମାନଙ୍କୁ ନବୀନ ଦେଇଥିବା ପ୍ରସଙ୍ଗ ଭିତ୍ତିକ ସମର୍ଥନର ଆହ୍ଵାନ, କେବଳ ଡିଲିଂ ନୁହେଁ, ବରଂ ବଡ ଚ୍ୟାଲେଞ୍ଜ ।

Leave A Reply

Your email address will not be published.