Odisha Latest Breaking News & Current Headlines

ରାଜଧାନୀରେ ବନ୍ଧୁକ କାରଖାନ ଠାବ ଏକ ସରକାରୀ କ୍ବାଟରରୁ l

0

ଆମଭାରତ ( ଭୁବନେଶ୍ବର ) ୧୫|୪: ଏକ ସରକାରୀ କ୍ବାଟରରୁ ବନ୍ଧୁକ କାରଖାନା ଠାବ କଲା କମିଶରେଟ ପୋଲିସ । ତିନିଟି ଅର୍ଧନିର୍ମିତ ପିସ୍ତଲ । ବୋମା ତିଆରି ସରଞ୍ଜମା ସହ ଜଣେ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲଇସ ।ବଲାଂଗୀର ଜିଲ୍ଲା ପୁଞ୍ଜିଲାଲ ଘଟଣା ପରେ ଏବେ ୟୁଟ୍ୟୁବରୁ ପ୍ରସ୍ତୁତି ପ୍ରଣାଳି ଦେଖି ପିସ୍ତଲ ତିଆରି ଚାଳଇଥିଲା ଜଣେ ସରକାରୀ କର୍ମଚାରୀ , ତାପୁଣି ଏକ ସରକାରୀ କ୍ବାଟରରେ । ଓୟୁଏଟି ଗେଷ୍ଟ ହାଉସ ପଛପଟେ ଥିବା ଓ୍ବାନ ଆର ୧/୬ କ୍ବାଟରରେ l

ଖଣ୍ଡଗିରି ଥାନା ଅଧିକାରୀ ଘର ଭିତର ଚଢାଉ କରିବା ସମୟରେ ଘର ଭିତରୁ ତିନୋଟି ଅର୍ଧନିର୍ମିତ ପିସ୍ତଲ । କିଛି ପୁରୁଣା ଅଫୁଟା ଗୁଳି, ଗୁଳି ତିଆରି ପାଇପ, ଓ ପୁଳାପୁଳା ବାରୁଦ ସହ ଏକ ଖଣ୍ଡା ଜବତ କରିଥିଲା । ଘଟଣା ସ୍ଥଳରୁ ଓୟୁଏଟିରେ କାର୍ଯ୍ୟାରତ ସୁପରଭାଇଜର ନୃସିଂହ ନାୟକଙ୍କୁ ଗିରଫ କରିଥିଲା ।  ପୂର୍ବରୁ ଏମିତି କେତେ ବନ୍ଧୁକ ତିଆରି କରି ବହାରେ ବିକ୍ରି କରିଛନ୍ତି ତାର ଖୋଳତାଳ ଆରମ୍ଭ କରିଛି କମିଶରେଟ ପୋଲିସ ।

ନୃସିଂହର ଘର ଖଣ୍ଡଗିରି ଥାନା ଅନ୍ତର୍ଗତ ସରକନ୍ତରା ଗାଁରେ ବୋଲି ଜଣାପଡିଛି । ପୂର୍ବରୁ ନୃସିଂହର ବାପା ଗାଁ ଗଣ୍ଡଗୋଳ ପାଇଁ ବୋମା ତିଆରି କରୁଥିଲେ । ୨୦୦୪ ମସିହାରେ  ନୃସିଂର ଜଣେ ଭାଇ ବୋମା ଭିଡୁଥିବାବେଳେ ବିସ୍ଫରଣ ଯୋଗୁ ପ୍ରାଣ ହରାଇଥିଲେ ।  ନୃସିଂହଙ୍କ ନାଁରେ ମଧ୍ୟ ପୂର୍ବରୁ ଖଣ୍ଡିଗିରି ଥାନାରେ ୪ ଟି ସଙ୍ଗୀନ ମାମଲା ରହିଛି । ତେବେ ଏଭଳି ବନ୍ଧୁକ ତିଆରି ପାଇଁ ପରିବାର ଲୋକେ ନୃସିଂକଙ୍କୁ ବାରଣ କରି ଅସୁଥିଲେ ।

ନୃସିଂହ ଖୋର୍ଧା ନିକଟ ତାପଙ୍ଗ ମୁଣ୍ଡିଆ ବେଗୁନିଆ ଓ କଳାପଥର ଅଞ୍ଚଳରୁ ବିଭିନ୍ନ ପ୍ରକାର ବାରୁଦ ସଂଗ୍ରହ କରୁଥିଲା ବୋଲି ପୋଲିସ ନିକଟରେ ପ୍ରକାଶ କରିଛି ।

Leave A Reply

Your email address will not be published.