Odisha Latest Breaking News & Current Headlines

ଖୋର୍ଦ୍ଧା ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନା କୁ ହତ୍ୟା ।

0

ଆମଭାରତ  ( ଖୋର୍ଦ୍ଧା ) ୧୫/ ୪ : ଜଣେ ପ୍ରମୁଖ ବିଜେପି ନେତାଙ୍କୁଖୋର୍ଦ୍ଧାରେ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ହେଲେ ମଙ୍ଗୁଳି ଜେନା। ସେ ଖୋର୍ଦ୍ଧା ବିଜେପି ମଣ୍ଡଳ ସଭାପତି ଥିଲେ। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଖୋର୍ଦ୍ଧା ନବୀନାବାଗ ବିଜେପି କାର୍ଯ୍ୟାଳୟ ନିକଟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜଣେ ଦୁର୍ବୃତ୍ତ ବାଇକରେ ଆସି ମଙ୍ଗୁଳିଙ୍କୁ ଗୁଳିମାଡ଼ କରିଥିବା ସୂଚନା ମିଳିଛି।

ତେବେ କିଏ ଓ କାହିଁକି ଏହି ହତ୍ୟାକାଣ୍ଡ ଘଟାଇଲା ତାହା ସ୍ପଷ୍ଟ ହୋଇନାହିଁ। ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ବିଜେଡି ଏହି ହତ୍ୟାକାଣ୍ଡରେ ସଂପୃକ୍ତ ବୋଲି ବିଜେପି ଅଭିଯୋଗ କରିଛି। ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ବିଜେପିର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

ଅନ୍ୟପଟେ ଏହି ହତ୍ୟାକାଣ୍ଡକୁ ବିରୋଧ କରି ବିଜେପି ପକ୍ଷରୁ ଆଜି ଖୋର୍ଦ୍ଧା ବନ୍ଦ ଡାକରା ଦିଆଯାଇଛି।

Leave A Reply

Your email address will not be published.