ଆମଭାରତ ( ଭୁବନେଶ୍ୱର ) 11/4 : ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସକାଳ ୧୧ଟାରେ କେନ୍ଦୁଝର ମେଡିକାଲ ପଡିଆଠାରେ ଯୋଗଦେବେ । ଏପ୍ରିଲ ୧୭ ତାରିଖ ଦିନ ଶ୍ରୀ ଶାହା ଓଡିଶା ଗସ୍ତରେ ଆସି ସକାଳ ୧୧ ଟାରେ ଢେଙ୍କାନାଳ ମହିଷାପାଟ ନୂଆ ବସଷ୍ଟାଣ୍ଡଠାରେ ଏବଂ ଅପରାହ୍ନ ୨ଟାରେ ବଡମ୍ବା ଟେନିସ ପଡିଆଠାରେ ଯୋଗଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ସେହିପରି ଏପ୍ରିଲ ୧୬ ତାରିଖ ଦିନ ନିର୍ବାଚନ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ୧୬ ତାରିଖ ଦିନ ସକାଳ ୧୧ଟାରେ ସମ୍ବଲପୁର ଜିଲ୍ଲା ହିରାକୁଦ ରୋଡ ଲୋରପଙ୍କ ଠାରେ ପହଂଚି ସମାବେଶରେ ଯୋଗଦେବେ । ଅପରାହ୍ନ ୫ଟାରେ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡିଆଠାରେ ସମାବେଶରେ ଯୋଗଦେବେ ବୋଲିି ସୂଚନା ମିଳିଛି ।