୩ ଜିଲ୍ଲା ର ୩ ଦଳର ପ୍ରାର୍ଥୀ ନିଜ ନିଜର ମତସାବ୍ୟସ୍ତ କରୁଛନ୍ତି l

ଆମଭାରତ  ( କଳାହାଣ୍ଡି , କୋରାପୁଟ ,ନବରଙ୍ଗପୁର) ୧୧|୪: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଭଳି ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ଚାଲିଛି ମତଦାନ ।

କଳାହାଣ୍ଡି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଭକ୍ତ ଦାସ ଭୋଟ୍ ଦେଇଛନ୍ତି ।

କଳାହାଣ୍ଡି ଲୋକସଭା ଆସନ ପାଇଁ ବିଜେଡି ଦଳରୁ ପ୍ରାର୍ଥୀ ହୋଇଥିବା ପୁଷ୍ପେନ୍ଦ୍ର ସିଂହଦେଓ ଭୋଟ୍ ଦେଇଛନ୍ତି ।

କୋରାପୁଟ ଲୋକସଭା ଅନ୍ତର୍ଗତ ରାୟଗଡା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ଲାଲ୍ ବିହାରୀ ହିମିରିକା ନିଜ ମତ ସାବ୍ୟସ୍ତ କରିଛନ୍ତି ।

କୋରାପୁଟ ଲୋକସଭାର କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା କରିଛନ୍ତି ମତଦାନ ।

ନବରଙ୍ଗପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ ନିଜର ମତସାବ୍ୟସ୍ତ କରିଛନ୍ତି l

ନବରଙ୍ଗପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ରମେଶ ମାଝୀ ମତଦାନ କରିଛନ୍ତି ।

 

Leave a Reply

Your email address will not be published. Required fields are marked *