Odisha Latest Breaking News & Current Headlines

ପ୍ରଥମ ପର୍ଯ୍ୟାୟ ଭୋଟ ପ୍ରଚାର ଶେଷ କୋରାପୁଟ ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ଜୟରାମ ପାଙ୍ଗିଙ୍କ ପ୍ରଚାର ଶେଷ ।

0

ଆମଭାରତ  ( କୋରାପୁଟ  )୧୦/୪  ପ୍ରଥମ ପର୍ଯ୍ୟାୟ ଭୋଟ ପ୍ରଚାର ର ଶେଷ ଦିନରେ କୋରାପୁଟ ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ଜୟରାମ ପାଙ୍ଗି ଙ୍କ ପ୍ରଚାର ଜୋର ଧରିଲା ।ଚଳିତ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ନିର୍ବାଚନ ପ୍ରଚାର ଜୋରଦାର ବୃଦ୍ଧି ପାଉଛି । ଦଳୀୟ କର୍ମୀ, ନେତା ଓ ଭୋଟରଙ୍କ ମଧ୍ୟରେ ଆନନ୍ଦ ଦେଖାଯାଉଛି । ପ୍ରଚାର ମଇଦାନରେ ନିଜ ନିଜ ଢଙ୍ଗରେ ଜନସାଧାରଣଙ୍କୁ ମନାଇବାକୁ ଲାଗି ପଡିଛନ୍ତି ଦଳୀୟ ପ୍ରାର୍ଥୀ ।

କୋରାପୁଟ ନିର୍ବାଚନ ମଣ୍ଡଳୀରେ ପ୍ରଚାର ପ୍ରସାରକୁ ନେଇ ଦଳର ପ୍ରାର୍ଥୀମାନେ ନିଜ ନିଜର ଲୋକ ଓ ଦଳୀୟ କର୍ମୀମାନଙ୍କୁ ନେଇ ଭୋଟରଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିବାକୁ ଲାଗିପଡିଛନ୍ତି । କିଏ ସଭାସମିତି କରୁଛି ତ କିଏ ପ୍ରତିଦିନ ବାଇକ ରାଲି କରି ପ୍ରଚାର କରୁଛି । ବିଜେପି କୋରାପୁଟ ସାଂସଦ ପ୍ରାର୍ଥୀ ଜୟରାମ ପାଙ୍ଗି ଏକ ବିରାଟ ପଟୁଆରରେ ମହୁଲି ଛକ ଠାରୁ ପ୍ରାୟ ୩ହଜାର ରୁ ଉର୍ଦ୍ଧ୍ବକର୍ମୀମାନଙ୍କ ସହିତ ରୋଡ ସୋ କରିଥିଲେ । ବୈପାରିଗୁଡା ସ୍ଥିତ ଗୁମ୍ମା ଦଶହରା ପଡ଼ିଆଠାରେ ଏକ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା । ସେମାନଙ୍କୁ କୋରାପୁଟ ସାଂସଦ ପ୍ରାର୍ଥୀ ଜୟରାମ ପାଙ୍ଗି ଓ ବିଜେପି ଜିଲ୍ଲା ସଭାପତି ବିଜୟ ମିଶ୍ର ବିଜେପି ଟୋପି ଓ ଗାମୁଛା ପିନ୍ଧାଇ ବିଜେପି ଦଳକୁ ସ୍ବାଗତ କରିଥିଲେ । ଏହି ରୋଡସୋରେ ବ୍ଲକ ସଭାପତି ଏନ.ହରି ପ୍ରସାଦ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏ.ତ୍ରିନାଥ ରାଓ, ରାଜ୍ୟ ମିଡ଼ିଆ ସେଲ ସଦସ୍ୟ ସରୋଜ କୁମାର ଲେଙ୍କା,ଜିଲ୍ଲା ଉପସଭାପତି ଚନ୍ଦ୍ର ଶେଖର ରଥ, ଜିଲ୍ଲା ଓବିସି ମୋର୍ଚ୍ଚା ସମ୍ପାଦକ ମନୋଜ କୁମାର ନାୟକ, ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସଭାପତି ନରେନ୍ଦ୍ର କାନ୍ଦୁଲିଆ,ଯୁବମୋଚ୍ଚା ସଭାପତି ନଟବର ପଟ୍ଟନାୟକ, ରାଜେନ୍ଦ୍ର ଗୌଡ, ଧନପତି ନାୟକ, ସୁଧାକର ରାଜୁ, ଦିନେଶ କୁମାର ପଣ୍ଡା, ମକର ମାଳି, ଚିତ୍ତରଞ୍ଜନ ପାଳଙ୍କ ସହ ୩ହଜାର ରୁ ଉର୍ଦ୍ଧ୍ବ ବିଜେପି କର୍ମୀମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.