Odisha Latest Breaking News & Current Headlines

ପୁରୀରେ ଅମିତ୍‌ ଶାହଙ୍କ ବିଶାଳ ରାଲି l

0

ଆମଭାରତ ( ପୁରୀ ) 9/4 : ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧକ୍ଷ୍ୟକ୍ଷ ଅମିତ ଶାହା ।ତାଙ୍କସହ ରୋଡ୍ ସୋ’ରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂଙ୍କ ସମେତ ପୁରୀ ଲୋକସଭା ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ।

ପୁରୀରେ ପହଂଚିବା ପରେ ଶାହା ପ୍ରଥମେ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ଆଶିର୍ବାଦ ନେଇଥିଲେ । ଏହାପରେ ଏକ ବିଶାଳ ରୋଡ଼ ସୋ’ କରି କରି ଜଗନ୍ନାଥ ଧାମରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି ।

ମରିଚିକୋଟ୍ ଛକରୁ ରୋଡ୍ ସୋ’ରେ ବାହାରିଥିଲେ ଅମିତ ଶାହ। ଏଥିରେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଓ ସମର୍ଥକ ସାମିଲ ହୋଇଛନ୍ତି।ଆସନ୍ତା ୨୩ ତାରିଖରେ ରାଜ୍ୟରେ ହେବାକୁଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଏହି ପୁରୀ ସଂସଦୀୟ କ୍ଷେତ୍ରରେ ହେବ ମତଦାନ ।

ଦେଖିବାର କଥା ଯେ ପ୍ରକୃତରେ ପୁରୀରେ ଏହାର କେତେ ପ୍ରଭାବ ପଡୁଛି ।

Leave A Reply

Your email address will not be published.