Odisha Latest Breaking News & Current Headlines

ପାକିସ୍ତାନରେ ବନ୍ଦୀ ଥିବା ୩୬୦  ଭାରତୀୟଙ୍କୁ ଛାଡିବାକୁ ଘୋଷଣା କରିଛନ୍ତି ପାକିସ୍ତାନ ସରକାର।

0

ଆମଭାରତ  6/4 : ପାକିସ୍ତାନ ସରକାରଙ୍କ ବଡ ଘୋଷଣା।ପାକିସ୍ତାନରେ ବନ୍ଦୀ ଥିବା ୩୬୦  ଭାରତୀୟଙ୍କୁ ଛାଡିବାକୁ ଘୋଷଣା କରିଛନ୍ତି ପାକିସ୍ତାନ ସରକାର। ଆସନ୍ତା ମଙ୍ଗଳବାର ଠାରୁ ପର୍ଯ୍ୟାୟ କ୍ରମେ ଭାରତୀୟ ବନ୍ଦୀଙ୍କୁ ଛଡାଯିବ।ପାକିସ୍ତାନ ବୈଦେଶିକ ପ୍ରବକ୍ତା ମୋହମ୍ମଦ ଫେସଲ କହିଛନ୍ତି ୫୩୭ ଜଣ ଭାରତୀୟ ପାକିସ୍ତାନର ଅନେକ ଜେଲରେ ବନ୍ଦୀ ଭାବେ ଅଛନ୍ତି। ଯେଉଁଥିରେ କି ୪୮୩ ଜଣ ମତ୍ସ୍ୟଜୀବୀ ଥିବା ସେ କହିଛନ୍ତି। ଆସନ୍ତା ମଙ୍ଗବାର ଦିନ ପ୍ରଥମେ ୧୦୦ ଜଣ ଏବଂ ଏପ୍ରିଲ ୧୫ ତାରିଖରେ ୧୦୦ ଜଣ ବନ୍ଦୀଙ୍କୁ ଛାଡିବ ପାକିସ୍ତାନ।୨୨ ଏପ୍ରିଲରେ ଆଉ ୧୦୦ ଜଣ ବନ୍ଦୀଙ୍କୁ ଛାଡିବା ପାଇଁ ପାକିସ୍ତାନ ନିଷ୍ପତ୍ତି ନେଇଥିବା ବୈଦେଶିକ ପ୍ରବକ୍ତା ମୋହମ୍ମଦ ଫେସଲ କହିଛନ୍ତି। ଏହାପରେ ୫ ମତ୍ସ୍ୟଜୀବୀଙ୍କ ସହ ୬୦ ଜଣ ବନ୍ଦୀଙ୍କୁ ୨୯ଏପ୍ରିଲରେ ଛଡାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.