ଆମଭାରତ ( ଧର୍ମଗଡ଼ ) ୭/ ୪ : କଳାହାଣ୍ଡି ଜିଲ୍ଲା ପଲସ-ପିପଲଗୁଡା ରାସ୍ତାରୁ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ରାସ୍ତାରେ ଯାଉଥିବା ଲୋକଙ୍କଠାରୁ ଖବର ପାଇ ଜୟପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୃତକମାନେ ହେଲେ ସୁନ୍ଦର ନାଏକ, ଲିଙ୍ଗ ନାଏକ, ନକୁଳ ନାଏକ ଓ ଉପି ଶବର। ଏମାନଙ୍କ ଘର ପଲସ ଗାଁ। ପୁଲିସ ଘଟଣାସ୍ଥଳରେ ଗୋଟିଏ ବାଇକ ଓ ୨ ସାଇକେଲ ଜବତ କରିଛି। ସେମାନଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ଥିବାରୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି।
ପୁଲିସ କର୍ମଚାରୀଙ୍କ ତଦନ୍ତରୁ ଜଣାପଡ଼ିଛି ମଦ ପିଇବା ପରେ ନିଶାସକ୍ତ ଅବସ୍ଥାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା। ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖିଛି।