ଆମଭାରତ ( ଭୁବନେଶ୍ୱର ) 20/3 : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ପୁଣି ସୁନା ଜବତ ହୋଇଛି।ଅମର ସିଂହ ନାମକ ଜଣେ ବ୍ୟକ୍ତିପଗଡିରେ ସୁନା ବିସ୍କୁଟ ନେଇ ଆସୁଥିବା ସିଆଇଏସଏଫ୍ ହାତରେ ଧରାପଡିଛନ୍ତି। ତାଙ୍କୁ ଅଟକ ରଖାଯାଇଛି। ତାଙ୍କ ଠାରୁ ୬୧୦ଗ୍ରାମର ସୁନା ଜବତ ହୋଇଛି, ଯାହାର ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।ସୁନା ବିସ୍କୁଟ୍ଗୁଡ଼ିକ ଅଷ୍ଟ୍ରେଲିଆ ନିର୍ମିତ,ସୂଚନାଯୋଗ୍ୟ ଯେ, ବୁଧବାର ଭୋର ସମୟରେ ବ୍ୟକ୍ତି ଜଣକ ପଗଡି ଭିତରେ ସୁନା ବିସ୍କୁଟ ଲୁଚାଇ ଆଣୁଥିବା ବେଳେ ଚେକିଂ ସମୟରେ ଧରାପଡିଥିଲେ। ସେ ବ୍ୟାଙ୍କକରୁ ଭୁବନେଶ୍ବର ଦେଇ ନୂଆଦିଲ୍ଲୀ ଯାଇ ଥାଆନ୍ତେ। ଜବତ ସୁନାକୁ ବିମାନବନ୍ଦରର କଷ୍ଟମ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି l |
|
|