ଆମଭାରତ 15/3 : ଯେଉଁମାନଙ୍କୁ ସମାେଲାଚନା କରି ରାଜ୍ୟ ରାଜନୀତିରେ ଦାମ ବାବୁ ଚର୍ଚ୍ଚିତ ରୋହେରା ପାଲଟିଥିଲେ, ଆଜି ନୂଆଦିଲ୍ଲୀରେ ସେହିମାନଙ୍କ ସହିତ ବସି ଗେରୁଆ ଦଳରେ ନିଜର ନୂଆ କ୍ୟାରିଅର ଆରମ୍ଭ କରିଛନ୍ତି। ଶେଷରେ ପଦ୍ମ ଧରିଛନ୍ତି ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ। ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ ପ୍ରମୁଖଙ୍କ ଉପସ୍ଥିତିରେ ସେ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଥିବା ସଂପର୍କରେ େଘାଷଣା କରାଯାଇଛି।
ସୂଚନାଯୋଗ୍ୟ, ୬ମାସ ତଳେ ଦାମଙ୍କୁ ବିେଜଡି ବହିଷ୍କାର କରିଥିଲା। ବିେଜପିରେ ଯୋଗଦାନ ପରେ ଦାମ ବାବୁଙ୍କ ସ୍ବର ଶତ ପ୍ରତିଶତ ବଦଳିଯାଇଛି। କହିଛନ୍ତି,“ଓଡ଼ିଶାର ସ୍ୱାର୍ଥ ଓ ମୋଦୀଙ୍କ ନେତୃତ୍ୱରେ ଆକର୍ଷିତ ହୋଇ ମୁଁ ବିଜେପିରେ ଯୋଗ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ୱରେ ଓଡ଼ିଶା ସଠିକ୍ ଦିଗରେ ଆଗେଇ ପାରିବ। ମୁଁ ଦଳରେ ଜଣେ କର୍ମୀ ଭାବେ ବିଜେପି ପାଇଁ ମନପ୍ରାଣ ଦେଇ କାର୍ଯ୍ୟ କରିବି।”
ସେ ଆହୁରି କହିଛନ୍ତି,“ଅନେକ ମାନସିକ ତର୍ଜମା ପରେ ମୁଁ ବିଜେପିରେ ଯୋଗଦେଇଛି। ୩୫ ବର୍ଷ ହେଲା ମୁଁ ବିଧାୟକ ଓ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛି। ସରକାରଙ୍କ ବିଭିନ୍ନ ୨୦ଟି ବିଭାଗରେ ମନ୍ତ୍ରୀ ରହିଛି। ମୁଁ ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଆସିଛି। ୨୦ ବର୍ଷ କାଳ ମୁଁ ବିଜୁ ବାବୁଙ୍କ ସହଯୋଗୀ ରହିଛି।” ଏଥିସହିତ ଦାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଠୋର ସମାେଲାଚନା କରିଥିଲେ। ତେବେ ଦାମ ବାବୁ ବିେଜପିରେ ଯୋଗଦେବା ପୂର୍ବରୁ େଯଉଁ ସର୍ତ କଥା ଉଠାଇଥିଲେ, ତାହା ପୂରଣ େହାଇଛି କି ନାହିଁ େସ େନଇ କିଛି କହିନାହାନ୍ତି। ହେଲେ ଦାମ ବାବୁଙ୍କ ଭଳି ଜଣେ ତୁଙ୍ଗ େନତା ନୂଆଦିଲ୍ଲୀ ଯାଇ ଦଳରେ େଯାଗଦାନ କରିଥିଲେ ହେଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କିନ୍ତୁ େସ କାର୍ଯ୍ୟକ୍ରମରେ ଉପସ୍ଥିତ ନଥିଲେ।