Odisha Latest Breaking News & Current Headlines

ପ୍ରଚାର ସମୟରେ NO ହୋଡିଂ NO ବ୍ୟାନର l

0

ଆମଭାରତ 11/3 { ଭୁବନେଶ୍ବର } ନିର୍ବାଚନ କମିଶନରଙ୍କ ଆଦର୍ଶ ଆଚରଣ ବିଧି ଅନୁସାରେ ନିର୍ବାଚନ ପ୍ରଚାର ପ୍ରସାର ନିମନ୍ତେ କୌଣସି ସ୍ଥାନରେ ବ୍ୟାନର ଓ ହୋଡ଼ିଂ ଲଗାଯାଇ ପାରିବ ନାହିଁ । ଯଦି କୌଣସି ରାଜନୈତିକ ଦଳ ହୋଡ଼ିଂ ଲଗାଇଥିବେ ତାକୁ ବାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଚାର ସମୟରେ କୌଣସି ଯୋଜନା ଭିତ୍ତିକ ହୋଡ଼ିଂ ବ୍ୟବହାର କରାଯାଇ ପାରିବେ ନାହିଁ ।ନିୟମ ଉଲଂଘନ କଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ବିଭିନ୍ନ ସ୍ଥାନରେ ଆଚରଣ ବିଧିକୁ ପାଳନ କରାଯାଇଥିବା ବେଳେ କିଛି ସ୍ଥାନରେ ଏହାକୁ ପାଳନ କରାଯାଉ ନଥିବାର ଦୃଶ୍ୟ ଦେଖିବାକୁ ମିଳିଛି

ତହସିଲଦାର ଶ୍ରୀମତୀ ପ୍ରଧାନଙ୍କ ସୂଚନାନୁଯାୟୀ, ନିର୍ବାଚନ ଆଚରଣ ବିଧି ଲାଗୁ ହେବା ନେଇ ସୂଚନା ପାଇବା କ୍ଷଣି ସର୍ବପ୍ରଥମେ ବାଲିଅନ୍ତା ତହସିଲ କାର୍ଯ୍ୟାଳୟ ଓ ବାଲିଅନ୍ତା ପଞ୍ଚାୟତ ସମିତି ପରିସରରୁ ନେତାଙ୍କର ବ୍ୟାପକ ବ୍ୟାନର୍‌ ଓ ହୋର୍ଡିଂ ଓ ପୋଷ୍ଟର ଉଚ୍ଛେଦ ହୋଇଛି। ପ୍ରତାପଶାସନ ପଞ୍ଚାୟତ ଅଧୀନ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ ସାମନା, ଭାର୍ଗବୀ ନଦୀ ବ୍ରିଜ୍‌ଠାରେ ଲାଗିଥିବା ମନ୍ତ୍ରୀଙ୍କ ଅଭିନନ୍ଦନ ହୋର୍ଡିଂଗୁଡ଼ିକ ଉଚ୍ଛେଦ ହୋଇଛି। ଅପରପକ୍ଷେ ବାଳକାଟିରେ ବ୍ୟାନର୍‌ ଓ ହୋର୍ଡ଼ିଂ ଚିରିବାକୁ କେନ୍ଦ୍ର କରି ରାଜନ‌ୈତିକ ଗୋଷ୍ଠୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ପିସିଆର ଭ୍ୟାନ ସେଠାରେ ପଇଁତରା ମାରୁଛି।

ସୂଚନା ଅନୁଯାୟୀ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର କେଉଁ ସରକାରୀ ଓ ସର୍ବସାଧାରଣ କାର୍ଯ୍ୟାଳୟ, ୱେବସାଇଟ୍‌ରେ ନେତାମାନଙ୍କର ଫଟୋ, ହୋର୍ଡିଂ ଲାଗିଛି ତାହାକୁ ଚିହ୍ନଟ କରିଛନ୍ତି। ଏହାର ଏକ ଡାଟାବେସ୍‌ ପ୍ରସ୍ତୁତ ହୋଇଛି। ଏହାସହ ପ୍ରତ୍ୟେକ ବିଭାଗ ଏନେଇ ଜଣେ ଜଣେ ନୋଡାଲ ଅଧିକାରୀଙ୍କୁ ରାଜ୍ୟ, ଜିଲ୍ଲା, ସବ୍‌ଡିଭିଜନ, ବ୍ଲକ ଏବଂ ପଞ୍ଚାୟତସ୍ତରରେ ଜଣେ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସମସ୍ତ ମହାନଗର ନିଗମ ଏବଂ ପୌରସଂସ୍ଥାର କମିସନର ଓ ନିର୍ବାହୀ ଅଧିକାରୀମାନଙ୍କୁ ମଧ୍ୟ ସୋମବାର ସଂଧ୍ୟା ସୁଦ୍ଧା ସମସ୍ତ ହୋର୍ଡିଂ ଉଚ୍ଛେଦ କରିବାକୁ କୁହାଯାଇଛି। ଆଜି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କିତ ଲାଗିଥିବା ହୋର୍ଡିଂକୁ ଚିରାଯାଇଛି।

 

Leave A Reply

Your email address will not be published.