Odisha Latest Breaking News & Current Headlines

ସାମାନ୍ୟ ଟିଭି ଚ୍ୟାନେଲ ପାଇଁ ସ୍ତ୍ରୀର ଜୀବନ ନେଲା ସ୍ୱାମୀ ।

0

 ଆମଭାରତ ୧୦/୩ : ମନରଂଞ୍ଜନର ମାଧ୍ୟମ ବୋଲି ସବୁ କହୁଥିବା ବେଳେ ଟିଭି ନେଇଗଲା ମହିଳାଙ୍କ ଜୀବନ । ଯୁବପିଢୀଠୁ ଆରମ୍ଭ କରି ବୁଢାବୁଢୀ ସମସ୍ତେ ନିଜର ମନରଂଞ୍ଜନ ପାଇଁ ଟିଭି ସାମ୍ନାକୁ ଦୌଡି ଆସନ୍ତି ଆଉ ନିଜ ମନ ପସନ୍ଦର ଚ୍ୟାନେଲ ଖୋଲି ସେଥିରେ ମଜ୍ଜି ଯାଆନ୍ତି । ହେଲେ ଗୁରୁବାର ଚେନ୍ନାଇର ତ୍ରିପ୍ଲିକେନରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ସାମାନ୍ୟ ଟିଭି ଚ୍ୟାନେଲ ପାଇଁ ଚାଲିଗଲା ମହିଳାଙ୍କ ମୂଲ୍ୟବାନ ଜୀବନ

୪୭ ବର୍ଷିୟ ମହିଳା ଉଷା ଓ ସ୍ୱାମୀ ଭୀରନ ଟିଭି ଦେଖୁଥିବାବେଳେ ସ୍ତ୍ରୀ ପୁରୁଣା ହିନ୍ଦୀ ଗୀତ ଦେଖୁଥିଲେ । ଯାହାକୁ ବଦଳଇବା ପାଇଁ ସ୍ୱାମୀ କହିଥିଲେ । ମାତ୍ର ସ୍ତ୍ରୀ ଚ୍ୟାନେଲ ନ ବଦଳାଇବାରୁ ଆରମ୍ଭ ହୋଇଥିଲା କଳହ । ରିମୋଟ୍ ପାଇଁ କଳହ ଏତେ ଅଧିକା ବଢି ଯାଇଥିଲା ଯେ ସ୍ତ୍ରୀ ଅଶ୍ଳୀଳ ଭାଷା କହିବା ଆରମ୍ଭ କରିଥିଲେ । ଯାହାକୁ କେନ୍ଦ୍ର କରି ସ୍ୱାମୀ ରାଗି ଯାଇ ସ୍ତ୍ରୀଙ୍କୁ ତଳକୁ ପେଲି ଦେଲେ । ସ୍ତ୍ରୀ ତଳେ ପଡିଯିବାରୁ ସ୍ୱାମୀଙ୍କୁ ଶକ୍ତ ଚାପୁଡା ମାରିଥିଲେ । ଆଉ ତା ପରେ ରାଗ ସମ୍ଭାଳି ନପାରି ସ୍ୱାମୀ ଭୀରନ ରୋଷେଇ ଘରୁ ଛୁରି ଆଣି ଉଷାଙ୍କ ପେଟ, ଛାତି ଓ ବେକରେ ଆକ୍ରମଣ କରିଥିଲେ ।

ପାଟି ଶୁଣି ପାଖ ପଡୋଶୀ ଆସି ଉଷାଙ୍କୁ ରୟପୀଠ ହସ୍ପିଟାଲକୁ ନେଇଥିଲେ । ଆଉ ପରବର୍ତ୍ତି ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ୱାମୀ ଭୀରନଙ୍କୁ ପୋଲିସ ଗିରଫ କରି ହାଜତ ରଖିଛି । ପଡୋଶୀଙ୍କ କହିବା ଅନୁଯାୟୀ ଟିଭି ପାଇଁ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା । ତେବେ ସାମାନ୍ୟ ଟିଭି ପାଇଁ ଗୋଟିଏ ପରିବାର ଛାରଖାର ହୋଇଯିବା ଅତି ଦୁଖଃଦ କଥା ।

Leave A Reply

Your email address will not be published.