ଆମଭାରତ (ଢେଙ୍କାନାଳ ):ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ୧୨ ଘଂଟିଆ ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି । ୪ ଦଫା ଦାବିରେ ସହରରେ ଏହି ବନ୍ଦ ପାଳନ କରିଛି ବିଜେପି ।
ଆଜି ସକାଳ ୬ଟାରୁ ବିଜେପି କର୍ମୀ ସହରର ବିଭିନ୍ନ ସ୍ଥାନରେ ରାସ୍ତା ଅବେରାଧ କରିବା ସହ ପିକେଟିଂ କରିଛନ୍ତି । ଫଳରେ ଦୋକାନବଜାର, ଗାଡି ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ପୁରୁଣା ହସ୍ପିଟାଲକୁ ସିଟି ହସ୍ପିଟାଲ ମାନ୍ୟତା, ନୂତନ ହସ୍ପିଟାଲରେ ସ୍ଥାୟୀ ଡାକ୍ତର ଏବଂ ନର୍ସ ନିଯୁକ୍ତି ଦାବି କରିଛି ଦଳ । ଏହାସହ ସମ୍ଭାବ୍ୟ ହିଂସାକୁ ଏଡାଇବା ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଆଜି ବିଜେପି ପକ୍ଷରୁ ୧୨ ଘଂଟିଆ ଢେଙ୍କାନାଳ ବନ୍ଦ ଥିଲା l
