Odisha Latest Breaking News & Current Headlines

ସୁପ୍ରିମକୋର୍ଟ ଝଟ୍‌କା ପରେ ଧାରଣାରୁ ଓହରିଲେ ମମତା, ସିବିଆଇରେ ହାଜର ହେବେ ରାଜୀବ କୁମାର l

0

Amabharat ( ନୂଆଦିଲ୍ଲୀ): ସିବିଆଇ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ରବିବାରଠାରୁ ସୃଷ୍ଟି ହୋଇଥିବା ହାଇଡ୍ରାମା ଆଜି ପ୍ରାୟତଃ ଶେଷ ହୋଇଛି। ଆଜି ସୁପ୍ରିମକୋର୍ଟ ଏହି ବିବାଦ ପ୍ରସଙ୍ଗରେ ସିବିଆଇ ସପକ୍ଷରେ ରାୟ ଦେଇବା ପରେ ୩ ଦିନ ହେଲା ଅନଶନ କରୁଥିବା ମମତା ଶେଷରେ ଏଥିରୁ ଓହରି ଯାଇଛନ୍ତି। ଚିଟ୍‌ଫଣ୍ଡ ଦୁର୍ନୀତିରେ ପ୍ରମାଣ ନଷ୍ଟ କରିଥିବା କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କୁ ପଶ୍ଚିମବଙ୍ଗ ସରକାର ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଥିଲେ ହେଁ ସୁପ୍ରିମକୋର୍ଟ ଏହା ବିରୋଧରେ ରାୟ ଦେଇଛନ୍ତି।ସୁପ୍ରିମକୋର୍ଟ ଶ୍ରୀ କୁମାରଙ୍କୁ ସିବିଆଇ ତଦନ୍ତରେ ସହଯୋଗ କରିବାକୁ ଆଜି ନିର୍ଦ୍ଦେଶ ଦେବା ସହ ସମସ୍ତ ପ୍ରମାଣ ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାକୁ ଦେବାକୁ କହିଛନ୍ତି। ତେବେ କୋର୍ଟ ଆସନ୍ତା ୨୦ ତାରିଖ ଯାଏ ଶ୍ରୀ କୁମାରଙ୍କୁ ଗିରଫଦାରୀରୁ ସୁରକ୍ଷା ଦେଇଛନ୍ତି। ଆସନ୍ତା ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପକ୍ଷ ରଖି ଶ୍ରୀ କୁମାର କେଉଁଭଳି ସାରଦା ଚିଟ୍‌ଫଣ୍ଡ ଘଟଣାରେ ଦସ୍ତାବିଜ୍‌ ହେରଫେର କରିଛନ୍ତି, ତା’ର ପ୍ରମାଣ ଦେଖାଇଥିଲେ। ଏଥିସହ ସିବିଆଇ ୨୦୧୭ରୁ ତାଙ୍କୁ ତଦନ୍ତରେ ସହଯୋଗ କରିବାକୁ ନୋଟିସ୍‌ କରିଥିଲେ ହେଁ ସେ ଏହାକୁ ଖାତିର କରି ନଥିବା ପ୍ରମାଣ ମଧ୍ୟ ଶ୍ରୀ ମେହେଟ୍ଟା କୋର୍ଟଙ୍କୁ ଅବଗତ କରାଇଥିଲେ।ସେହିପରି ସିବିଆଇ-ମମତା ତାତି ଗତକାଲି ପରି ଆଜି ମଧ୍ୟ ସଂସଦର ଉଭୟ ଗୃହରେ ଦେଖିବାକୁ ମିଳିଥିଲା। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ହୋହଲ୍ଲା କରିବାରୁ ଗୃହକୁ ଦିନ ପାଇଁ ମୁଲତବୀ ଘୋଷଣା କରାଯାଇଛି।
ଲୋକସଭାରେ ତୃଣମୂଳ କଂଗ୍ରେସ ସାଂସଦମାନେ ବାଚସ୍ପତି ସୁମିତ୍ରା ମହାଜନଙ୍କ ପୋଡିୟମ ପାଖକୁ ଯାଇ ସିବିଆଇ ଶୁଆ ଅଟେ ଏବଂ ଚୌକିଦାର ଚୋର ହୈ ବୋଲି ସ୍ଲୋଗାନ ଦେଇଥିଲେ। ତୃଣମୂଳ କଂଗ୍ରେସର ସାଂସଦମାନଙ୍କୁ ଆରଜେଡି, ସମାଜବାଦୀ ପାର୍ଟି ଓ ଟିଡିପି ସାଂସଦ ସମର୍ଥନ କରିଥିଲେ। ଗୃହ ବାହାରେ ବିଜେପିର ମହାରାଷ୍ଟ୍ର ସହଯୋଗର ଶିବସେନା ଏହି ଘଟଣାକୁ ନେଇ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି।

Leave A Reply

Your email address will not be published.