Odisha Latest Breaking News & Current Headlines

ମାଙ୍କ ପ୍ରତିଜ୍ଞା ରକ୍ଷା କରିଥିଲେ ନରେନ୍ଦ୍ର ମୋଦୀ ।

0

AmaBharat : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଏକ ସାକ୍ଷାତକାରରେ ନିଜର ପୁରୁଣା ସ୍ମୃତିକୁ ତାଜା କରିଛନ୍ତି। ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିଲେ,ସେତେବେଳେ ନରେନ୍ଦ୍ର ମୋଦୀ ନିଜ ମାଆ ହୀରାବେନଙ୍କୁ ଭେଟିବାକୁ ଯାଇଥିଲେ। ଯେଉଁଦିନ ମାଆଙ୍କୁ ଭେଟିବା ଲାଗି ଗାଆଁକୁ ଯାଇଥିଲେ,ସେହିଦିନ ଗାଆଁରେ ଉତ୍ସବର ପରିବେଶ ଥିଲା। ମାଆ ହୀରାବେନ୍‌ ତାଙ୍କୁ ଦେଖି ଖୁସି ହୋଇ କହିଥିଲେ,‘ଭଲ ହେଲା, ତୁମେ ଏବେ ଗୁଜୁରାଟକୁ ଫେରିଆସିବ।’ ମାଆ ଚାହେଁ ଯେ ତା’ର ପିଲା ତା’ପାଖରେ ରହୁ। ତେଣୁ ଏଭଳି ଖୁସି ଜାହିର କରିଥିଲେ ମାଆ ହୀରା ବେନ୍‌।

ତେବେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପୂର୍ବରୁ ମାଆ ତାଙ୍କୁ ଏକ ପ୍ରତିଜ୍ଞା କରିବାକୁ କହିଥିଲେ। ତାହା ହେଲା ଯେ ଜୀବନରେ କେବେ ବି ନରେନ୍ଦ୍ର ମୋଦୀ ଲାଞ୍ଚ ନେବେ ନାହିଁ। ଲାଞ୍ଚ ନେବାର ପାପ ସେ କରିବେ ନାହିଁ। ମାଆ ହୀରାବେନଙ୍କ ଏହି କଥା ତାଙ୍କୁ ଖୁବ୍‌ ପ୍ରଭାବିତ କରିଥିଲା।

Leave A Reply

Your email address will not be published.