ଆମଭାରତ { ନୂଆଦିଲ୍ଲୀ }: ନ୍ୟୁଜିଲାଣ୍ଡକୁ ୪-୧ରେ ହରାଇବା ପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଭାରତୀୟ କ୍ରିକେଟ୍ ଦଳକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତୀୟ ଖେଳାଳିଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଇ ସଚିନ କହିଛନ୍ତି ଯେ ବିଶ୍ବର ଯେ କୌଣସି ସ୍ଥାନ ଏବଂ ଯେ କୌଣସି ପିଚ୍ରେ ଜିତିବାର ଦମ୍ ସାଂପ୍ରତିକ ଭାରତୀୟ ଦଳର ଅଛି। ସେହିଭଳି ଭାରତୀୟ କ୍ରିକେଟ୍ ଦଳକୁ ସେ ଚଳିତବର୍ଷ ଶେଷ ଆଡ଼କୁ ଇଂଲଣ୍ଡରେ ଖେଳାଯିବାକୁ ଥିବା ୫୦ ଓଭରିଆ ବିଶ୍ବକପ୍ର ପ୍ରମୁଖ ଦାବିଦାର ଭାବେ ବର୍ଣ୍ଣନା କରିଛନ୍ତି। ମୁଁ ପରିସଂଖ୍ୟାନକୁ ପରଖିଛି। ସେହି ଆଧାରରେ କହି ପାରିବି ଯେ ଭାରତୀୟ ଦଳ ବେଶ୍ ସନ୍ତୁଳିତ। ଦୁନିଆର ଯେ କୌଣସି ପିଚ୍ରେ ପ୍ରତିପକ୍ଷକୁ କଡ଼ା ଟକ୍କର ଦେବାର ଦକ୍ଷତା ଭାରତର ଅଛି। ଭାରତ ବିଶ୍ବକପ୍ର ପ୍ରମୁଖ ଦାବିଦାର। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରେ ଆୟୋଜକ ଇଂଲଣ୍ଡ ଧୂଳି ଚାଟିଥିଲେ ମଧ୍ୟ ଏହହାକୁ ନ୍ୟୁନ ଭାବେ ଦେଖିବା ଭୁଲ ହେବ। ଇଂଲଣ୍ଡ ବିଶ୍ବକପ୍ର ଅନ୍ୟତମ ଦାବିଦାର ବୋଲି ସଚିନ କହିଛନ୍ତି।