Odisha Latest Breaking News & Current Headlines

ବଜେଟ ଅଧିବେଶନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ l

0

ଆମଭାରତ { ଭୁବନେଶ୍ବର } : ସୋମବାର ଆରମ୍ଭ ହୋଇଯାଇଛି ବିଧାନସଭାର ବଜେଟ୍ ଅଧିବେଶନ । ଏହା ହେଉଛି ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ। ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନର ପ୍ରାରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣରେ ମୁଖ୍ୟତଃ ସରକାରଙ୍କ ବିଭିନ୍ନ ସଫଳତା ଓ ଉପଲବ୍ଧିକୁ ଉପସ୍ଥାପିତ କରାଯାଇଛି। ନିମ୍ନରେ ରାଜ୍ୟପାଳଙ୍କ ଅଭିଭାଷଣର ମୁଖ୍ୟାଂଶ ପ୍ରଦାନ କରାଗଲା…

1- ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦେଶରେ ଓଡ଼ିଶା ନମ୍ବର ଏକ ।

2– ରାଜ୍ୟରେ ଦ୍ରୁତ ଗତିରେ ଶିଳ୍ପାୟନ ବଢ଼ିବାରେ ଲାଗିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକେ ଉପକୃତ ହେଉଛନ୍ତି ।

3– ଚାଷୀ ଓ ଭାଗଚାଷୀଙ୍କୁ ମିଳୁଛି କାଳିଆ ସହାୟତା । କାଳିଆ ଯୋଜନାରେ ଚାଷୀଙ୍କ ଉନ୍ନତି ହେବ । ଚାଷୀଙ୍କୁ ଏକ ପ୍ରତିଶତ ସୁଧରେ ଋଣ ଯୋଗାଇ ଦିଆଯାଉଛି । ଆଗାମୀ ଏପ୍ରିଲ ୧ ସୁଦ୍ଧାର ୦ ପ୍ରତିଶତ ଋଣରେ ସୁଧ ଯୋଗାଇ ଦିଆଯିବ । ୧୦ ବର୍ଷରେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇଛି ।

4– ଡିଟିବି ଜରିଆରେ ଚାଷୀଙ୍କ ଜମାଖାତାକୁ ସିଧାସଳଖ ଟଙ୍କା ଯାଉଛି । ଆମ ଗାଁ ଆମ ବିକାଶ ଯୋଜନା ଏକ ଉତ୍କୃଷ୍ଟ ଯୋଜନା । ପୋଲାଭରମ ଓ ମହାନଦୀ ପାଇଁ ସରକାରଙ୍କ ଲଢ଼େଇ ଜାରି ରହିବ ।

5– ଓଡିଶା ଦେଶର ଏକମାତ୍ର ରାଜ୍ୟ, ଯେଉଁଠି ବିଗତ ଏକ ଦଶନ୍ଧି ମଧ୍ୟରେ କୃଷକଙ୍କ ଆୟ ପ୍ରକୃତ ପକ୍ଷେ ଦ୍ବିଗୁଣିତ ହୋଇପାରିଛି। ଓଡିଶା ସର୍ବାଧିକ ଶିଶୁ ମୃତ୍ୟୁହାର ହ୍ରାସ କରାଇପାରିଛି, ମାତୃ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଜାତୀୟ ହାର ତୁଳନାରେ ମଧ୍ୟ କମ।

6– ଅବହେଳିତ ଛାତ୍ରଛାତ୍ରୀଙ୍କ ପାଇଁ ଗୋପବନ୍ଧୁ ସହାୟତା ଯୋଜନା । ଆଦିବାଦୀ ବହୁଳ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ହୋଇଛି ।

7– ମମତା ଯୋଜନା କାର୍ଯ୍ୟକାରୀ ହୋଇଛି । ମମତା କାର୍ଯ୍ୟକାରୀ ହେବାଠାରୁ ୩୫.୬୯ ଲକ୍ଷ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ୧୬୬୫. ୨୮ କୋଟି ପ୍ରୋତ୍ସହନ ରାଶି ଦିଆଯାଇଛି ।

8– ୫୦ ହଜାର କଳାକାରଙ୍କୁ ମାସିକ ୧୨୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଚାଲୁ ରହିଛି।

9– ମୋ ସରକାରରେ ଶାଳପତ୍ର ଉପରୁ ରୟାଲଟି ଉଚ୍ଛେଦ ହୋଇଛି । ଯଦ୍ୱାରା ୨୫ ଲକ୍ଷ ଶାଳପତ୍ର ସଂଗ୍ରହକାରୀ ଉପକୃତ ହେବେ ।

10– ଓଡ଼ିଶାରେ ଗରିବି ହ୍ରାସ ପାଇଛି । ବସୁଧା ଯୋଜନା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇଛି ।

12– କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ମୃତ୍ୟୁ ଓ ଅକ୍ଷମତା କ୍ଷେତ୍ରରେ ୧ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି । ସର୍ବାଧିକ ୨ ଜଣ ଝିଅଙ୍କ ବିବାହ ନିମନ୍ତେ ୨୫ ହଜାର ଟଙ୍କା ଦିଆଯାଉଛି । ଦୂରାରୋଗ୍ୟ ରୋଗର ଚିକିତ୍ସା ନିମନ୍ତେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି।

13– ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟରେ ୨୮ଟି ଆଦର୍ଶ ବଦ୍ୟାଳୟ ସ୍ଥାପନ ହୋଇଛି । ରାଜ୍ୟରେ ୨୦ ଲକ୍ଷ ଅଧିକ ବାସଗୃହ ନିର୍ମାଣ ହୋଇଛି।

Leave A Reply

Your email address will not be published.