Odisha Latest Breaking News & Current Headlines

ଆସନ୍ତାକାଲି କଂଗ୍ରେସର ଓଡ଼ିଶା ବନ୍ଦକୁ ନେଇ ହାଇକୋର୍ଟଙ୍କ ରାୟ l

0

ଭୁବନେଶ୍ୱର: ଆସନ୍ତାକାଲି କଂଗ୍ରେସର ଓଡ଼ିଶା ବନ୍ଦକୁ ନେଇ ହାଇକୋର୍ଟରେ କରାଯାଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ  ଣୁଣାଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବନ୍ଦ ପାଳନ କରାଯାଇପାରିବ ନାହିଁ। ବନ୍ଦ ପାଳନ ବେଳେ ଦୋକାନବଜାର ବନ୍ଦ ପାଇଁ କେହି ବାଧ୍ୟ କରିପାରିବେନି କି ଅଖ-ଚକ ଅଟକାଇପାରିବେନି କୌଣସି ସଙ୍ଗଠନ କିମ୍ବା ଦଳ। ସାଧାରଣ ଜନଜୀବନ ପ୍ରଭାବିତ କଲା ଭଳି କାମ ହେବା ଉଚିତ ନୁହେଁ ।ରାସ୍ତାଘାଟରେ ଗାଡି ଅଟକାଇପାରିବେନି । ସେହିପରି ଟ୍ରେନ, ବସ ଚଳାଚଳକୁ ମଧ୍ୟ ରୋକାଯିବ ନାହିଁ । ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଯଦି ଆଇନ ଉଲ୍ଲଘଂନ କରାଯାଏ ତେବେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.