Odisha Latest Breaking News & Current Headlines

ଗୋପାଳ ରୋହିତ ଦାସ ଙ୍କ ବିୟୋଗ ।

0

ସୁନ୍ଦରଗଡ଼ ( ଆମ ଭାରତ ) ୧୯/୧୦ :
ରାଜ୍ୟ ସ୍ତରୀୟ ହକି ଖେଳାଳୀ ଗୋପାଳ ରୋହିତ ଦାସ(୫୬) ଙ୍କ ବିୟୋଗ ରେ ସୁନ୍ଦରଗଡ଼ ଜିଲ୍ଲାରେ ଶୋକ ର ଛାୟା ଖେଳିଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ବାଲିସଙ୍କରା ବ୍ଳକ ରେ ଥିବା ସାଉନାମୁରା ଗ୍ରାମର ହକି ଖେଳାଳୀ ଗୋପାଳ ରୋହିତ ଦାସ କିଡନୀ ଜନିତ ରୋଗରେ ଆକ୍ରାନ୍ତ ଥିଲେ ସେ ହେଉଛନ୍ତି ନିୟମିତ ଭାରତୀୟ ହକି ଦଳରେ ରକ୍ଷଣଭାଗ ଖେଳାଳୀ ହିସାବରେ ଖେଳିଆସୁଥିବା ଅମିତ ରୋହିତ ଦାସ ଙ୍କ ପିତା । ପିତା ଙ୍କ ଦେହାନ୍ତ ଖବର ପାଇ ଭାରତୀୟ ପ୍ରଶିକ୍ଷଣ ଶିବିରରୁ ଗତକାଲି ବାହାରି ଆଜି ଆସି ସାଉନା ମୁରାରେ ପହଂଚି ଥିଲେ ଓ ବାପାଙ୍କୁ ଅନ୍ତିମ ଦର୍ଶନ କରିଥିଲେ ।ଏହାପରେ କୋଭିଡ ନିୟମ କୁ ଆଧାର କରି ନିଜ ଗ୍ରାମରେ ଏକ ଶୋଭାଯାତ୍ରାରେ ଗୋପାଳ ରୋହିତ ଦାସ ଙ୍କୁ ତାଙ୍କର ରୀତିନୀତି ଅନୁସାରେ ସମାଧି ପୀଠ କୁ ନିଆଯାଇ ସମାଧି ଦିଆଯାଇଛି । ଏହି ସମାଧି ପିଠିରେ ଅମିତ ଙ୍କ ସହିତ ତାଙ୍କର ବଡ଼ଭାଇ ଅନୀଲ ବି ଉପସ୍ଥିତ ଥିଲେ। ଗୋପାଳ ଦାସ ତାଙ୍କ ଗ୍ରାମରେ ଏକ ପରିଚିତ ବ୍ୟକ୍ତି ଥିଲେ ହକି ଖେଳାଳୀ ଙ୍କୁ ପ୍ରୋତ୍ସାହନ ଦେବାସହିତ ଆଖପାଖ ଗ୍ରାମରେ ଖାସି ହକି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଖେଳାଳୀ ମାନଙ୍କୁ ଆର୍ଥିକ ସାହାର୍ଯ୍ୟ କରିବା ସହିତ ଦଳ ସହିତ ଯିବାକୁ ମଧ୍ୟ ପଛାଉ ନଥିଲେ ମିଳାପୀ ବ୍ୟକ୍ତି ସହିତ ନିଜ ପୁଅ ଅମିତ କୁ ଆନ୍ତର୍ଜାତିୟ ସ୍ତରରେ ପହଞ୍ଚାଇବାରେ ମଧ୍ୟ ଗୋପାଳ ଙ୍କ ଭୂମିକା ରହିଛି ବୋଲି ଅମିତ କହିଛନ୍ତି। ଗତକାଲି ଅପରାହ୍ନରେ ରାଉରକେଲା ସି ଡବ୍ଲୁ ଏସ ହସ୍ପିଟାଲରୁ ନିଜ ଗ୍ରାମକୁ ନେଉଥିବା ସମୟରେ ବେଦବ୍ୟାସ ନିକଟରେ ତାଙ୍କର ଦେହାନ୍ତ ହୋଇଥିଲା ବୋଲି ବଡ ପୁଅ ଅନୀଲ କହିଛନ୍ତି।ଗୋପାଳ ଙ୍କ ବିୟୋଗ ରେ ଜିଲ୍ଲା କ୍ରୀଡା ଅଧିକାରୀ ତେଜ କୁମାର ଖେସ, ଆନ୍ତର୍ଜାତିକ ହକି ଖେଳାଳୀ ରୋଶନ ମିଞ୍ଜ ,ଦୀପଶନ ତିର୍କୀ, ପୁନମ ଟପ୍ପ,ପାନପୋଷ କ୍ରୀଡା ଛାତ୍ରାବାସ ର କୋଚ୍ ଅମୁଲ୍ୟ ନନ୍ଦ ବିହାରୀ ,ଅମୁଲ୍ୟ ବେହେରା, ପିଟର ସୋରେଂ, ଫ୍ଲୋରେନସିଆ ଏକା,କେଶବ ସ୍ୱାଇଁ । ପାନପୋଷ କ୍ରୀଡା ସଂଘଟନ ର ମହେନ୍ଦ୍ର ମିଶ୍ର, ରେସମା ଲାକ୍ରା, ସୁଚିତ୍ରା ଦାସ ,ରଶ୍ମିତା କୁଲୁ, ବିଜୟ ବଡାଇକ,ନୃସିଂହ ସାହୁ, ଗୋପୀନାଥ ପଣ୍ଡା।ଭେଟ୍ରାନ ହକି ସଂଘଟନ ର ସିଲଭେଷ୍ଟାର ଟପ୍ପ ,ଜେମ୍ସ କୁଜୁର, ବାର୍ଥଲୋମି କେର୍କେଟା,ସଂଜୀବ ଖାଲକୋ ।ସେହିପରି ବରିଷ୍ଠ ହକି କୋଚ୍ ମିଲଟନ ବିଲୁଙ୍ଗ ,ବିଜୟ ଲାକ୍ରା , ସମେତ ରଜତ ମିଞ୍ଜ ,ଜୟବନ୍ତ ଡାଦେଲ ଓ ରାଜନ ଏକା ପ୍ରମୁଖ ଗୋପାଳ ରୋହିତ ଦାସ ଙ୍କ ବିୟୋଗ ରେ ତାଙ୍କ ପରିବାର କୁ ସାନ୍ତ୍ୱନା ଦେବା ସହିତ ଶୋକ ପ୍ରଘଟ କରିଛନ୍ତି।

Leave A Reply

Your email address will not be published.