୨୯ ରେ ଆସିବେ ଅମିତ ଶାହା

ଆମଭାରତ { ଭୁବନେଶ୍ୱର } : ଆସନ୍ତା ୨୯ରେ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବେ । ସାଲେପୁରର କୁଳିଆଠାରେ ଶାହା ଏକ ସମାବେଶ କରିବେ । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଗତ ୧୮ରେ ଶାହାଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟକ୍ରମ ରହିଥିଲା । କଟକର ୪ଟି ସ୍ଥାନରେ ସେ ବୁଥସ୍ତରୀୟ ସମାବେଶ କରିବେ ବୋଲି ସୂଚନା ଦିଆଯାଇଥିଲା । ତେବେ ସ୍ୱାଇନ ଫ୍ଲୁ ଯୋଗୁଁ ଶାହାଙ୍କ ସେହି ଗସ୍ତ ବାତିଲ ହୋଇଥିଲା ।

Leave a Reply

Your email address will not be published. Required fields are marked *